ଦେଖନ୍ତୁ ଭିଡ଼ିଓ: ଫୋନ୍ ଚୋରି କରିବା ପଡ଼ିଲା ମହଙ୍ଗା! ୧୦ କିମି ଧରି ଟ୍ରେନ ଝରକାରେ ଓହଳି ରହିଲା ଚୋର….

 
Chora

ମହଙ୍ଗା ପଡ଼ିଲା ଟ୍ରେନ ଭିତରୁ ଚୋରି କରିବା ଉଦ୍ୟମ। ଚଳନ୍ତା ଟ୍ରେନର ଝରକାରେ ଓହଳି ରହିଲେ ଯୁବକ, ଏଭଳି କିଛି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ, ବିହାର ବେଗୁସରାଇ ଠାରେ ଏଭଳି ହିଁ ଏକ ଅଭାବନୀୟ ଘଟଣା ଘଟିଯାଇଛି।

Thief

ମିଳିଥିବା ସୂଚନା ଅନୁଯାଇ ବିହାରର ବେଗୁସରାଇରୁ ଯାଉଥିବା ଟ୍ରେନରେ ଜଣେ ମହିଳା ଯାଉଥିବା ବେଳେ ଏକ ଚୋର ଝରକା ବାଟେ ତାଙ୍କ ଫୋନ ଚୋରି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ସେଠାରେ ଥିବା କିଛି ଲୋକେ ତାର ହାତକୁ ଧରି ପକାଇଥିଲେ। ଠିକ୍ ଏହି ସମୟରେ ଟ୍ରେନ ଚାଲିବା ଆରମ୍ଭ ହୋଇଯିବାରୁ ଚୋରଟି ସେହିପରି ଭାବରେ ଟ୍ରେନ ଝରକା ବାହାରେ ଝୁଲି ରହିଥିଲା।

ତେବେ, ଭାଇରାଲ ହେଉଥିବା ଭିଡ଼ିଓରେ ଯୁବକ ଜଣକ 'ହାତ ମୋର ଭାଙ୍ଗି ଯିବ, ଧିରେ ଧରନ୍ତୁ...'। ବୋଲି ନେହୁରା ହେଉଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ତେବେ, ଏଠାରେ କହି ରଖୁଛୁ ଯେ ଯୁବକ ଜଣକ ପ୍ରାୟ ୧୦ କିମି ପର୍ଯ୍ୟନ୍ତ ଏଭଳି ଝୁଲି ରହିବା ପରେ ଆଗାମୀ ଷ୍ଟେସନ ଆସିଥିଲା ଯେଉଁଠାରେ ତାକୁ ଛାଡ଼ି ଦିଆଯାଇଥିଲା। ତେବେ ଏହି ମାମଲାରେ ପୋଲିସ କଣ ପଦକ୍ଷେପ ନେଇଛି ସେଥିନେଇ କିଛି ଜଣାପଡିନାହିଁ।