କାହିଁକି ବିସ୍ଫୋରଣ କରି ଧ୍ୱଂସ କରିଦିଆଗଲା ୮୦୦ କୋଟିର ଟ୍ୱିନ୍ ଟାୱାର? ଜାଣନ୍ତୁ ଏହାର କାରଣ ଏବଂ ପଛରେ ଥିବା ରୋଚକ କାହାଣୀ

 
Twin tower

ନୋଏଡାର ସୁପରଟେକ୍ ଟ୍ୱିନ୍ ଟାୱାର, ଯାହାକୁ ଭାରତର ଉଚ୍ଚତମ କୋଠା ଭାବରେ ମଧ୍ୟ ବିବେଚନା କରାଯାଏ, ରବିବାର ଦିନ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏହାକୁ ଭାଙ୍ଗି ଦିଆଯିବ।  ଶନିବାର ଦିନ ନୋଏଡା ଟ୍ଵିନ୍ ଟାୱାର ଭାଙ୍ଗିବା ପାଇଁ ବିସ୍ଫୋରକ ସାମଗ୍ରୀର ଚୂଡାନ୍ତ ଯାଞ୍ଚ କାର୍ଯ୍ୟ ସରିଛି ବୋଲି ଜଣାଯାଇଛି। ତେବେ, ପ୍ରାୟ ୮୦୦ କୋଟି ଟଙ୍କାର ଏହି ସମ୍ପତ୍ତିକୁ କଣ ପାଇଁ ଭଙ୍ଗାଯିବ ତାହା ଏକ ରୋଚକ କାହାଣୀ ଅଟେ।

Twin towers

ନୋଏଡା ଭିତ୍ତିକ କମ୍ପାନୀ ସୁପରଟେକ୍ ଲିମିଟେଡ୍ ଏମେରାଲ୍ଡ କୋର୍ଟ ନାମରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୦୦ ଦଶକ ମଧ୍ୟ ଭାଗରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପରେ ୩, ୪ ଏବଂ ୫ BHK ଫ୍ଲାଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଥିଲା। ଏହି ପ୍ରକଳ୍ପଟି ନୋଏଡା ଏବଂ ଗ୍ରେଟର ନୋଏଡା ସହରକୁ ସଂଯୋଗ କରୁଥିବା ଏକ୍ସପ୍ରେସୱେଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଅଟେ। ପ୍ରକୃତରେ ଦାଖଲ କରାଯାଇଥିବା ପ୍ଲାନ ଅନୁଯାଇ ଏହି ପ୍ରକଳ୍ପରେ ୧୫ ଟି ନଅ ମହଲା ବିଶିଷ୍ଟ ଟାୱାର ରହିବା କଥା।

Tower

କିନ୍ତୁ, ସୁପରଟେକ୍ ୨୦୧୨ ମସିହାରେ ନିଜର ପ୍ଲାନ ବଦଳାଇ ୧୪ ପରିବର୍ତ୍ତେ ୧୫ଟି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଏଥର ପ୍ରତ୍ୟେକ ବିଲ୍ଡିଂ ନଅ ବଦଳରେ ୧୧ ମହଲା ବିଶିଷ୍ଟ ହୋଇଯାଇଥିଲା। ପରିବର୍ତ୍ତିତ ଯୋଜନାରେ ଆହୁରି ଦୁଇଟି ଟାୱାର ଅନ୍ତର୍ଭୁକ୍ତ ରହିଥିଲା ଯାହାକି ୪୦ ମହଲା ବିଶିଷ୍ଟ ରହିଥିଲା। ନିଜର ସୁରକ୍ଷା ଦୃଷ୍ଟିରୁ ସେଠାରେ ରହୁଥିବା ଲୋକେ ଏହା ବିରୁଦ୍ଧରେ ଅଭିଯୋଗ କରିଥିଲେ। ପ୍ରଥମରୁ ଦିଆଯାଇଥିବା ପ୍ଲାନ ଅନୁଯାଇ ସୋସାଇଟି ମଧ୍ୟ ଭାଗରେ ଏକ ଗ୍ରୀନ ଜୋନ୍ ନିର୍ମାଣ ହେବାର ଥିଲା। କିନ୍ତୁ, ସୁପରଟେକ୍ ସେହି ସ୍ଥାନରେ Ceyane ଏବଂ Apex ନାମରେ ଏହି ଟ୍ଵିନ ଟାୱାର୍ ନିର୍ମାଣ କରିଥିଲା।

Demolation

ସେଠାକାର ବସିନ୍ଧାମାନେ ଏଥିନେଇ ଆଲ୍ଲାହବାଦ୍ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଏମେରାଲ୍ଡ କୋର୍ଟର ବାସିନ୍ଦାଙ୍କ ଦାବିରେ ସହମତ ହୋଇଥିଲେ ଏବଂ ଏପ୍ରିଲ୍ ୨୦୧୪ରେ ଟ୍ଵିନ୍ ଟାୱାର୍ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥିଲା। ଏହାପରେ ଘଟଣା ସୁପ୍ରିମକୋର୍ଟକୁ ଯାଇଥିଲା। ଦୀର୍ଘଦିନର ଶୁଣାଣି ପରେ କୋର୍ଟ ୨୦୨୧ରେ ଏହି ଟାୱାର୍ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ସୁପରଟେକ୍ ଆଦେଶର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।  ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏଥିନେଇ ଅନେକ ଶୁଣାଣି କରାଯାଇଥିଲା। ଶେଷରେ ୨୮ ଅଗଷ୍ଟ ୨୦୨୨ରେ ଏହାକୁ ନିଜ ଖର୍ଚ୍ଚରେ ଭାଙ୍ଗିବାକୁ ସୁପରଟେକ୍ କମ୍ପାନୀକୁ ନିର୍ଦେଶ ଦିଆଯାଇଥିଲା।