ଦେଖନ୍ତୁ ଭିଡ଼ିଓ: "ପତଲି କମରୀୟା" ଗୀତରେ ଅଣ୍ଟା ହଲେଇଲେ ସାର୍, ଛାତ୍ରଛାତ୍ରୀ କରିବାକୁ ଲାଗିଲେ ହାଏ..ହାଏ..

 
Sir student

ଭାଇରାଲ ଗୀତ ଏବଂ ଡ୍ୟାନ୍ସ ଟ୍ରେଣ୍ଡ ଗୁଡିକରେ ନାଚି ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ିବା ଆଜି କାଲି ଏକ ସାଧାରଣ କଥା ଅଟେ। ଯଦି ଆପଣ ଇଂଷ୍ଟାଗ୍ରାମ୍ ବ୍ୟବହାର କରନ୍ତି ତେବେ ଏହା ବିଷୟରେ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ। ତେବେ, ଚଳିତ ବର୍ଷ ଶେଷ ଆଡକୁ ଭୋଜପୁରୀ ଗୀତ "ପତଲି କମରୀୟା ହାଏ ହାଏ" ଉପରେ ଖୁବ୍ ରିଲ୍ସ ବନିବା ଆରମ୍ଭ ହୋଇଥିଲା। 

Sir student

ତେବେ ଜଣେ ଶିକ୍ଷକ ଏହି ଗୀତ ଉପରେ ରିଲ୍ସ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ ଯେ ଶିକ୍ଷକ ତାହା ନୁହେଁ ଭିଡ଼ିଓରେ ଏହି ଗୀତ ତାଳେ ତାଳେ ଛାତ୍ରଛାତ୍ରୀମାନେ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ କ୍ଲାସ୍ ଟିଚର୍ ଜଣକ ମଧ୍ୟ ଆକର୍ଷଣ ସାଜିଥିବା ବେଳେ ସାରଙ୍କୁ ଚିୟର୍ କରିବାକୁ ଯାଇ ପିଲାମାନେ ମଧ୍ୟ ଖୁବ୍ ନାଚିଛନ୍ତି।

"IamSuVidha" ନାମକ ଏକ ଟ୍ୱିଟର୍ ଅକାଉଣ୍ଟ ଦ୍ୱାରା ଏହି ଭିଡ଼ିଓଟିକୁ ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ୪୬ ହଜ଼ାରରୁ ଅଧିକ ଲୋକେ ଏହି ଭିଡ଼ିଓଟିକୁ ଦେଖିସାରିଲେଣି। ତେବେ, ଭିଡ଼ିଓଟି ଦେଖିବା ପରେ ଲୋକେ ଉକ୍ତ ଶିକ୍ଷକଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଜଣେ ଶିକ୍ଷକ ଭାବରେ ଏଭଳି କରି ସେ ସ୍କୁଲରେ ଶିକ୍ଷକତାର ମାନ ହ୍ରାସ କରୁଥିବା କୁହାଯାଇଛି।