ଦେଖନ୍ତୁ ଭିଡ଼ିଓ: ଇଏ ବି ଏକ ରକମର ପରୀକ୍ଷା, ଗୋଡ଼ ଲମ୍ବାଇ କପି କରିବାରେ ବ୍ୟସ୍ତ ଛାତ୍ରଛାତ୍ରୀ….

 
Cheating

ପରୀକ୍ଷା ଚାଲିଥିବା ବେଳେ କିଛି ପରୀକ୍ଷାର୍ଥୀ କପି କରିବାରେ ଲିପ୍ତ ରହିଥିବା କିଛି ନୂଆ କଥା ନୁହେଁ। କିନ୍ତୁ, ଯଦି ପରୀକ୍ଷା ହଲରେ ସବୁ ଛାତ୍ରଛାତ୍ରୀ ଖୋଲାଖୋଲି କପି କରିବାରେ ଲିପ୍ତ ରହିବେ ତେବେ ଏହାକୁ ନେଇ ଆପଣ କଣ ମତ ରଖିବେ? ଆଜ୍ଞା ହଁ, ବିହାରର ନାଳନ୍ଦାରେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଭିଡ଼ିଓରେ ହଲରେ କିଛି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଦେଖିବାକୁ ମିଳୁଛି। ରୁମ ଭିତରେ କୌଣସି ଟେବୁଲ କିମ୍ବା ଡେସ୍କ ନାହିଁ ବରଂ ପିଲା ତଳେ ବସି ଗୋଡ ଲମ୍ବାଇ ବିନ୍ଦାସ କପି କରୁଥିବା ଦେଖିବାକୁ ମିଳୁଛି। କିଛି ଛାତ୍ର ଛାତ୍ରୀ ବହି ପକାଇ ଲେଖୁଥିବା ବେଳେ କେତେଜଣ ମୋବାଇଲରୁ କପି କରିବାରେ ଲିପ୍ତ ରହିଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓଟି ନାଳନ୍ଦା ଜିଲ୍ଲା ଷ୍ଟେସନ ରୋଡ଼ରେ ଥିବା ଅଲାମା ଇକବଲ କଲେଜର ବୋଲି କୁହାଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଏ ଦ୍ଵିତୀୟ ବର୍ଷର ପରୀକ୍ଷା ଚାଲିଥିବା ବେଳେ ଏପରି ଅନିୟମିତତା ଦେଖିବାକୁ ମିଳିଛି। ତେବେ, ଭିଡ଼ିଓରେ ପରୀକ୍ଷାର୍ଥୀଙ୍କ ନାମ ଏବଂ କଲେଜର ନାମ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଏପରି ଘଟୁଥିବା ବେଳେ ବିହାର ଶିକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

From around the web