KGF ର ରିଅଲ୍ "ରକି" ଭାଇ! ଯାହାକୁ 'ବିରାପ୍ପାନ ଜୁନିଅର' ନାମରେ ଜାଣିଥିଲା ସାରା ଦେଶ, ଜାଣନ୍ତୁ ସତ KGF ବିଷୟରେ ୍

 
KGF

ବକ୍ସ ଅଫିସର ସମସ୍ତ ରେକର୍ଡ଼ ଭାଙ୍ଗି ସଫଳତାର ଶିଖରରେ ପହଞ୍ଚି ଯାଇଛି ଫିଲ୍ମ "କେଜିଏଫ୍-୨"। ଏହି ଚଳଚିତ୍ରରେ ରକିଙ୍ଗ ଷ୍ଟାର୍ ୟସ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ "ରକି" ଚରିତ୍ରକୁ ନିଖୁଣ ଭାବରେ ପ୍ରତିପାଦନ କରିଛନ୍ତି। ଚଳଚିତ୍ରର ସଫଳତା ପରେ ଏହାର କାହାଣୀକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଜାରି ରହିଛି।

Thangam

 ଏହି ଚଳଚିତ୍ରର କାହାଣୀ କିଛି ମାତ୍ରାରେ ଦୁର୍ଦାନ୍ତ ଅପରାଧି ଥଙ୍ଗାମ୍ ଉପରେ ଆଧାରିତ ବୋଲି କୁହାଯାଉଛି। କର୍ଣ୍ଣାଟକରେ ଅବସ୍ଥିତ ଥିବା "କୋଲାର ଗୋଲ୍ଡ ଫିଲଡ୍ସ"ରେ ୧୮୮୯ ମସିହା ଠାରୁ ସୁନା ଖନନ କରାଯାଉଥିଲା। ଏଠାରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଖନନ କରାଯାଇ ସୁନା ବାହାର କରାଯାଉଥିଲା। ୨୦୦୧ରେ ଏହାକୁ ବନ୍ଦ କରାଯିବା ପୂର୍ବରୁ ଏଠାରେ ଥଙ୍ଗାମର ରାଜ୍ ଥିବା କୁହାଯାଏ।

KGF

ଚଳଚିତ୍ରରେ ରକି ପରି ଥଙ୍ଗାମକୁ ମଧ୍ୟ ଲୋକଙ୍କର ସମର୍ଥନ ରହିଥିଲା। ଗରିବ ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କରୁଥିବାରୁ ତାଙ୍କୁ ଲୋକେ ରବିନହୁଡ଼ ନାମରେ ଡାକୁଥିଲେ। ତେବେ, ଡ଼ିସେମ୍ବର ୨୭, ୧୯୯୭ ମସିହାରେ କେଜିଏଫ୍ ପୋଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। KGF ଚଳଚିତ୍ର ସ୍କ୍ରିନରେ ଆସିବା ପୂର୍ବରୁ ଥଙ୍ଗାମଙ୍କ ମାଆ ଚଳଚିତ୍ରର ନିର୍ଦେଶକଙ୍କ ବିରୋଧରେ ତାଙ୍କ ପୁଅର ନାଁ ଖରାପ କରୁଥିବା ନେଇ ଅଭିଯୋଗ ଆଣିଥିଲେ। ଅବଶ୍ୟ ପରେ କର୍ଣ୍ଣାଟକ ହାଇକୋର୍ଟ ଚଳଚିତ୍ର ରିଲିଜ୍ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ।