ଟିକେ ଅଟକି ପାରିଲେନି ବାଇକ୍ ଚାଳକ, ଟ୍ରେନ ଲାଇନ୍ ପାର୍ ହେଉଥିବା ବେଳେ ଫସିଗଲା ବାଇକ୍, ଆଉ ତାପରେ... ଦେଖନ୍ତୁ ଭିଡ଼ିଓ

 
Train viral video

ରେଳ ବିଭାଗ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ରେଳ ଫାଟକ ପାର କରୁଥିବା ବେଳେ ଲୋକେ ନିୟମ ଗୁଡିକର ପାଳନ କରୁନାହାଁନ୍ତି। ଯାହାଫଳରେ ଦିନକୁ ଦିନ ଫାଟକ ପାର ହେଉଥିବା ବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ, ଏହିଭଳି ଏକ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Train

 ଭାଇରାଲ ହେଉଥିବା ଘଟଣାଟି ଉତ୍ତରପ୍ରଦେଶ ଇଟାୱା ଠାରେ ଘଟିଥିବା କୁହାଯାଉଛି। ଜଣେ ବ୍ୟକ୍ତି ନିଜର ଅସାବଧାନତା ଏବଂ ଭୁଲ ପାଇଁ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ, ଏହି ଘଟଣାରେ ଲୌହ ଦାନବ ତାଙ୍କର ବାଇକକଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲା। ଘଟଣାଟି ଅଗଷ୍ଟ ୨୬ ତାରିଖରେ ଘଟିଥିଲା। ଦେଖନ୍ତୁ ଭିଡ଼ିଓ:-

ରେଳ ଫାଟକ ବନ୍ଦ ଥିବାବେଳେ କିଛି ଲୋକେ ନିୟମ ନ ମାନି ଫାଟକ ପାର ହେବାକୁ ଚେଷ୍ଟା କରୁଥିଲେ। ତେବେ, ଧୃତ ବେଗରେ ଟ୍ରେନ ଆସୁଥିବା ଦେଖି ସମସ୍ତେ ପଛକୁ ଫେରିଥିଲେ ହେଁ ଜଣଙ୍କର ଗାଡ଼ି ଟ୍ରାକରେ ଫସି ଯାଇଥିଲା। ବ୍ୟକ୍ତିଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସେ ତାଙ୍କ ଗାଡ଼ିକୁ ବଞ୍ଚାଇ ପାରିନଥିଲେ। ଧୃତ ବେଗରେ ଆସୁଥିବା ଝାଡ଼ଖଣ୍ଡ ସ୍ୱର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସ ତାଙ୍କ ଗାଡ଼ିଟିକୁ ଭାଙ୍ଗି ଚାଲିଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ଉପରେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।