ସ୍ୱତନ୍ତ୍ର ସୁଟ୍ ପିନ୍ଧି ଆନାକୋଣ୍ଡା ପେଟକୁ ଯିବାକୁ ଚାହୁଁଥିଲେ ଏହି ବ୍ୟକ୍ତି, ଲାଇଭ୍ ହେଉଥିଲା ପ୍ରସାରଣ, ଆଉ ତାପରେ...

 
Anaconda

ଦୁନିଆର ସବୁଠାରୁ ବଡ଼ ସାପ "ଆନାକୋଣ୍ଡା"। ସାଧାରଣତଃ ଟିଭିରେ ଏହି କୌଣସି ଛେଳି, ହରିଣ ଭଳି ପ୍ରାଣୀଙ୍କୁ ଗୋଟା ଗିଳିଦେଉଥିବାର ଦୃଶ୍ୟ ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ। ବିଷ ନ ଥିଲେ ମଧ୍ୟ ଏହି ସାପ ନିଜ ଶିକାର ଦେହରେ ଗୁଡେ଼ଇ ହୋଇଯାଏ ଏବଂ ନିଜର ଶକ୍ତିଶାଳୀ ମାଂସପେଶୀ ସାହାଯ୍ୟରେ ଶିକାରକୁ ଶ୍ୱାସଋଦ୍ଧ କରି ଏବଂ ଦେହର ସମସ୍ତ ହାଡ଼କୁ ଭାଙ୍ଗି ଗିଳି ଦେଇଥାଏ।

Anaconda

କିନ୍ତୁ, କିଛି ଦିନ ତଳେ ଜଣେ ଯୁବକ ଏହି ସାପ ପେଟ ଭିତରକୁ ଯିବା ପାଇଁ ପ୍ରୟାସ କରିଥିଲେ ଯାହାକୁ ଟେଲିଭିଜନ୍ ସାହାଯ୍ୟରେ ପ୍ରସାରଣ କରାଯାଇଥିଲା। ଏଠାରେ ଆମ୍ଭେ ଡିସେମ୍ବର ୭, ୨୦୧୪ ରେ ଡିସକଭରି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଇଟେନ୍ ଆଲାଇଭ୍ ନାମକ ଏକ ଡକ୍ୟୁମେଣ୍ଟାରୀ ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ପଲ୍ ରୋଜୋଲିଙ୍କୁ ଏକ ସ୍ୱତନ୍ତ୍ର ସୁଟ୍ ପିନ୍ଧାଇ ଆନାକୋଣ୍ଡା ଆଗକୁ ଛାଡ଼ି ଦିଆଯାଇଥିଲା।

Suit

ରୋଜୋଲିଙ୍କୁ "ଚୁମାନା" ନାମକ ଏକ ସବୁଜ ଆନାକୋଣ୍ଡା ଆଗରେ ଛାଡ଼ି ଦିଆଯାଇଥିଲା। ଏହା ପୂର୍ବରୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଟ୍ ପ୍ରସ୍ତୁତ କରାଯାଇଥିଲା। ଯାହାକି ଆନାକୋଣ୍ଡାର ଚାପ ଓ ପେଟରେ ଥିବା ଏସିଡ଼କୁ ସହ୍ୟ କରି ପାରିବ। ରୋଜୋଲି ଏହାକୁ ପିନ୍ଧି ଆନାକୋଣ୍ଡା ଆଗକୁ ଯାଇଥିଲେ ହେଁ ସାପଟି ତାଙ୍କ ସୁଟ୍ କୁ ଦେଖି ଆକ୍ରମଣ କରିନଥିଲା। କିଛି ସମୟ ଉସକାଇବା ପରେ ସାପଟି ଆକ୍ରମଣ କରିଥିଲେ ହେଁ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଡକ୍ୟୁମେଣ୍ଟାରୀକୁ ବନ୍ଦ କରି ଦିଆଯାଇଥିଲା।