ସରକାରଙ୍କ ନୂଆ ନିୟମ: ଅଧିକ ଛୁଆ ଜନ୍ମ ବଦଳରେ ମିଳିବ ଅଧିକ ଛୁଟି, ଦରମା ଓ ଏହି ସବୁ ସୁବିଧା, ଜାଣନ୍ତୁ ପୂରା ଖବର

 
Sikkim govt

ଦେଶରେ ଦିନକୁ ଦିନ ଜନସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଏହା ଚିନ୍ତାଜନକ ବିଷୟ ପାଲଟିଛି। ତେବେ, ଦେଶରେ ଏଭଳି ଏକ ରାଜ୍ୟ ମଧ୍ୟ ରହିଛି ଯେଉଁଠାରେ ଜନସଂଖ୍ୟା କମ୍ ଥିବାରୁ ରାଜ୍ୟ ସରକାର ପ୍ରଜନନ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି। ଏକାଧିକ ସନ୍ତାନ ଜନ୍ମ କରିଲେ ସାଧାରଣ ଲୋକଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ କହିଛନ୍ତି।

Pregnancy

ଜାନୁଆରୀ ୧୫ ତାରିଖ ମାଘ ସଂକ୍ରାନ୍ତି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ମହିଳା କର୍ମଚାରୀମାନେ ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ଜନ୍ମ କରିବା ପାଇଁ ଦୁଇଟି ବେତନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

CM

 କେବଳ ସେତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରିବାକୁ ମହିଳା କର୍ମଚାରୀମାନଙ୍କୁ ୩୬୫ ଦିନର ମାତୃତ୍ୱ ଛୁଟି ଏବଂ ପୁରୁଷ ମାନଙ୍କୁ ୩୦ ଦିନର ପିତୃତ୍ୱ ଛୁଟି ଦେବାକୁ ଘୋଷଣା କରିଛନ୍ତି ସିକିମ ସରକାର। ସବୁଠାରୁ ବଡ଼ କଥା ହେଉଛି ପ୍ରାକୃତିକ ଗର୍ଭଧାରଣ କରି ପାରୁନଥିବା ମହିଳାଙ୍କ ପାଇଁ ସିକିମ ସରକାର ଇନ ଭିଟ୍ରୋ ଫର୍ଟିଲାଇଜେସନ୍ (In Vitro Fertilization) ଓ ଆଇଭିଏଫ୍ (IVF) ସୁବିଧା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ୩୮ ଜଣ ମହିଳା ଉପକୃତ ହୋଇ ସାରିଥିବା ଜଣାଯାଇଛି।