ଦେଖନ୍ତୁ ଭିଡ଼ିଓ: ରେସ୍କ୍ୟୁ ହେଲା ବିଷାକ୍ତ ରସଲ୍-ଭାଇପର୍! ଭିଡ଼ିଓ ଦେଖିଲେ ଭୟରେ ଥରିଯିବେ ଆପଣ….

 
Russel viper

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ସାପ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛିଙ୍କର ବିଷ ରହିନଥିବା ବେଳେ କିଛି ଅତ୍ୟନ୍ତ ବିଷଧର ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ରସଲ୍ ଭାଇପର୍ ଅର୍ଥାତ ବୋଡ଼ା ସାପ ଅତ୍ୟନ୍ତ ବିଷଧର ସରୀସୃପ ଅଟେ। ଏହି ସାପ କାମୁଡ଼ିଲେ ପୀଡିତଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ।

Russel viper

ନାଗ ଜାତୀୟ ସାପ ଗୁଡିକ ନ୍ୟୁରୋଟକ୍ସିନ୍ ବିଷ ନିର୍ଗତ କରିଥାନ୍ତି। ଏହି ସାପ କାମୁଡ଼ିଲେ ରୋଗୀଙ୍କ ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ସେହିଭଳି ରସଲ୍ ଭାଇପର୍ ଅର୍ଥାତ ବୋଡ଼ା ସାପ ହେମୋଟକ୍ସିନ ବିଷ ନିର୍ଗତ କରିଥାଏ। ଏହି ସାପ କାମୁଡ଼ିଲେ ମଣିଷର ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ। ଏହି ବିଷ ଦେହକୁ ଯିବାପରେ ମଣିଷର ମାଂସ ସଢିବାକୁ ଲାଗିଥାଏ।ଏହାର ଚିକିତ୍ସା କରିବା ପାଇଁ ୧୦ ରୁ ୧୫ ଦିନ ସମୟ ଲାଗି ଯାଉଥିବା ବେଳେ କାମୁଡ଼ି ଥିବା ବ୍ୟକ୍ତିକୁ ୯୦ ଦିନ ଅର୍ଥାତ୍ ୩ ମାସର ବିଶ୍ରାମ ନେବାକୁ ପଡ଼ିଥାଏ। କେବଳ ତାଲିମ ପ୍ରାପ୍ତ ସାପ ଧରାଳି ହିଁ ଏହି ସାପକୁ କାବୁ କରିବାରେ ସଫଳ ହୋଇଥାନ୍ତି। ଭଦ୍ରକ ନଗଲୋକ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏକ ବୋଡ଼ା ସାପ ଉଦ୍ଧାର ହେଉଥିବାର ଭିଡ଼ିଓ ଭାଇରାଲ ହେଉଛି। ଏହି ରେସ୍କ୍ୟୁରେ ମିର୍ଜା ଆରିଫ ନାମକ ଜଣେ ସାପ ଧରାଳୀ ସଂଶ୍ଳିଷ୍ଟ ଥିବା ଦେଖିବାକୁ ମିଳିଛି।