କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌? ଦାମି ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ, ଜଣାପଡିଲା ଦୁର୍ଘଟଣାର ଅସଲ କାରଣ

 
Rishabh Pant

ସକାଳ ସମୟ ପ୍ରାୟ ୫.୧୫ ହେବ, ନିଜ ଦାମୀ ମର୍ସିଡିଜ୍ କାର ଯୋଗେ ଉତ୍ତରାଖଣ୍ଡ ଯାଉଥିବା ବେଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର୍ ଋଷବ ପନ୍ତ। ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଜଳିଯାଇଛି। ତେବେ, ଭାଗ୍ୟବଶତଃ ଋଷବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

Rishab pant

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ନାରସନ୍ ସୀମାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଋଷବ ହୋସରେ ଥିଲେ ଏବଂ ଗାଡ଼ି ସେ ନିଜେ ଚଲାଉଥିବା ବେଳେ ଆଖି ଲାଗିଯିବାରୁ ଏପରି ଘଟିଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ଗାଡ଼ିଟି ରାସ୍ତାର ଡ଼ିଭାଇଡର୍ ସହିତ ଧକ୍କା ହୋଇଥିଲା, ଯାହାପରେ ସେଥିରେ ନିଆଁ ଲାଗିଯାଇଥିଲା। ଗାଡ଼ିର କାଚ ଭାଙ୍ଗି ଋଷବ ନିଜ ଜୀବନ ବଞ୍ଚାଇଥିବା କୁହାଯାଉଛି।

Rishabh Pant

ଋଷବଙ୍କୁ ପ୍ରଥମେ ରୁରକିର ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ତାଙ୍କର ମୁହଁ ଏବଂ ପିଠିରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଡାହାଣ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡ ସରକାର ଋଷବଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୂଚନା ଦେଇଛନ୍ତି।