ଦେଖନ୍ତୁ ଭିଡ଼ିଓ: ସଟ୍ ଡ୍ରେସ୍ ପିନ୍ଧି ନାତି ବୟସର ଯୁବକଙ୍କ ସହିତ ରୋମାଣ୍ଟିକ ଭିଡ଼ିଓ କରି ଟ୍ରୋଲ୍ ହେଲେ ରାନୁ ମଣ୍ଡଳ

ରାନୁ ମଣ୍ଡଳ,ଦିନେ ରେଳ ପ୍ଲାଟଫର୍ମରେ ଭିକ ମାଗୁଥିବା ଏହି ମହିଳାଙ୍କର ବଲିଉଡ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ପ୍ରାୟ ସମସ୍ତଙ୍କୁ ଜଣା। ତେବେ, ଏବେ ବଲିଉଡରେ ଗୀତ ଗାଇବାର ସୁଯୋଗ ମିଳୁନଥିଲେ ହେଁ ବିଭିନ୍ନ ସମୟରେ ଇଂଷ୍ଟାଗ୍ରାମ୍ ରିଲ୍ସ ଗୁଡିକରେ ତାଙ୍କୁ ଦେଖିବାକୁ ମିଳିଥାଏ। ଏବେ ତାଙ୍କର ଆଉ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡ଼ିଓଟିରେ ରାନୁ ନିଜ ଠାରୁ ବୟସରେ ବେସ୍ ସାନ ଜଣେ ଯୁବକଙ୍କ ସହିତ ଏକ ସ୍ପୋର୍ଟସ୍ ବାଇକ ଉପରେ ବସିଥିବା ଦେଖିବାକୁ ମିଳୁଛି। ରାନୁ ତାଙ୍କ ସହିତ ଗୀତ ଗାଉଥିବା ଏବଂ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ, ଏହି ଭିଡ଼ିଓ ଭାଇରାଲ ହେବାପରେ ତାଙ୍କୁ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଛି।
ରାନୁଙ୍କୁ ଏଭଳି ଅବସ୍ଥାରେ ଜଣେ ଯୁବକଙ୍କ ସହିତ ଦେଖି ଲୋକେ ତାଙ୍କୁ ବେତାଳ ବୋଲି ଡାକିବାକୁ ପଛାଇ ନାହାଁନ୍ତି। ଏବେ ରାନୁ ମଣ୍ଡଳଙ୍କ ପ୍ରତ୍ୟେକ କାମ ଏକ ପ୍ରକାର ମଜାକ୍ ହୋଇ ରହି ଯାଇଥିବା ବେଳେ ଏଥର ଉଭୟ ରାନୁ ଏବଂ ତାଙ୍କ ସହିତ ଥିବା ଯୁବକ ମଧ୍ୟ ଟ୍ରୋଲିଂର ଶିକାର ହୋଇଛନ୍ତି।