ପୁଣିଥରେ ଚର୍ଚ୍ଚାରେ ରାନୀ ପଣ୍ଡା! ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ଦେଲେ ପ୍ରସ୍ତାବ, ଜାଣନ୍ତୁ ପୂରା ଖବର

 
Marriage

ନିଜର ବେବାକ୍ ଅନ୍ଦାଜ୍ ଏବଂ ବୟାନ ଗୁଡିକୁ ନେଇ ବେସ୍ ଚର୍ଚ୍ଚାରେ ରହି ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ତେବେ, ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ ପ୍ରସ୍ତାବ ଦେଇ ସେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଅନୁଭବଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେବା ସହିତ ସେ ତାଙ୍କୁ ବିବାହ କରିବା ପାଇଁ ଅଫର୍ ଦେଇଛନ୍ତି।

Rani panda

ତେବେ, ଅନୁଭବଙ୍କ ଜନ୍ମଦିନ ବୋଲି ଜାଣିନଥିବା ହେତୁ ଦୁଃଖ ପ୍ରକାଶ କରିଛନ୍ତି ରାନୀ। ପରଦିନ ସେ ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହିତ ଛାଡ଼ପତ୍ର ପରେ ତାଙ୍କୁ ବିବାହ କରିବା ପାଇଁ କହିଛନ୍ତି। ବିବାହ କରି ସାରିବା ପରେ ସେ ନିଜେ ତାଙ୍କର ଜନ୍ମଦିନ ପାଳନ କରିବେ ବୋଲି ରାନୀ କହିଛନ୍ତି।

Anubhav

ଅନ୍ୟପକ୍ଷରେ ଜନ୍ମଦିନ ଶୁଭେଚ୍ଛା ଦେଇଥିବା ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୁଭବ। କିଛି ଅସୁବିଧା ହେତୁ ସେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରି ପାରୁନଥିବା ଏବଂ ଡିଭୋର୍ସ ପରେ ତାଙ୍କୁ ଏକ ନୂଆ ଜନ୍ମ ମିଳିବ। ତେଣୁ ସେହିଦିନ ହିଁ ସେ ନିଜର ଜନ୍ମଦିନ ପାଳନ କରିବେ ବୋଲି ଅନୁଭବ ସୂଚନା ଦେଇଛନ୍ତି।