ଏଣିକି ଘର ତୋଳିବା ହେବ ଆହୁରି ସହଜ! ଶସ୍ତା ହେଲା ଲୁହା ରଡ୍ ଏବଂ ସିମେଣ୍ଟ ଦର, ଜାଣନ୍ତୁ କେତେ ଟଙ୍କା
ଗୋଟିଏ ପଟେ ପେଟ୍ରୋଲ ଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ସବୁକିଛି ଶସ୍ତା ହେଉଥିବା ଶସ୍ତା ହେଉଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ଖାସ୍ କରି ନିଜର ପକ୍କା ଘର ତୋଳିବା ପାଇଁ ଚାହୁଁଥିଲେ ଆପଣଙ୍କ ପାଖକୁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। କାରଣ ବର୍ତ୍ତମାନ ଲୁହା ଛଡ଼ ଠାରୁ ଆରମ୍ଭ କରି ସିମେଣ୍ଟ ବସ୍ତା ପର୍ଯ୍ୟନ୍ତ ସବୁକିଛି ଶସ୍ତା ହୋଇଛି।
କାରଖାନା ଗୁଡିକରେ ଲୁହା ଛଡ଼ ଟନ୍ ପିଛା ୬୬ ହଜ଼ାର ଟଙ୍କାରେ ପହଞ୍ଚିଥିବା ବେଳେ ସୋମବାର ସୁଦ୍ଧା ଖୁଚୁରା ବଜ଼ାରରେ ଏହାର ମୂଲ୍ୟ ଟନ୍ ପିଛା ୬୯ ହଜ଼ାର ଟଙ୍କା ରହିଛି। ତୁଳନା କରିବାକୁ ଗଲେ ମାତ୍ର ୩୫ ଦିନ ମଧ୍ୟରେ ଲୁହା ଛଡ଼ର ମୂଲ୍ୟ ପ୍ରାୟ ୧୦,୦୦୦ ଟଙ୍କା ପ୍ରତି ଟନ୍ ଶସ୍ତା ହୋଇଛି।
ଲୁହା ସରିଆ ବ୍ୟତୀତ ଘର ତିଆରି କରିବା ପାଇଁ ବ୍ୟବହାର ହେଉଥିବା ସିମେଣ୍ଟ ମଧ୍ୟ ଶସ୍ତା ହୋଇଛି। ଆଜିର ସମୟରେ ସିମେଣ୍ଟ ବସ୍ତା ପିଛା ୨୮୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ବଜ଼ାରରେ ଏହାର ଚାହିଦା ନ ଥିବାରୁ ମୂଲ୍ୟ ହ୍ରାସ ପାଉଥିବା ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି।