ଦେଖନ୍ତୁ ଭିଡ଼ିଓ: ପେଟରେ ଥିବା ମଲା ଛୁଆ ପାଇଁ କଷ୍ଟ ପାଉଥିଲା ମାଆ ମାଙ୍କଡ଼, ଏଭଳି ଭାବରେ ସାହାଯ୍ୟ କରିଲେ ଏହି ପୋଲିସ କର୍ମଚାରୀ

 
Monkey helped by police

ଆଜିର କଳି ଯୁଗରେ ବଞ୍ଚି ରହିଛି ମାନବିକତା। ପଶୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବାର ଅନେକ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏହାରି ଭିତରେ ଜଣେ ପୋଲିସ କର୍ମଚାରୀ ଏକ ମଙ୍କଡ଼ର ଜୀବନ ବଞ୍ଚାଉଥିବାର ଦୃଶ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ଏଠାରେ ସେ ମାଙ୍କଡ଼ର ଗର୍ଭରେ ଫସି ରହିଥିବା ମୃତ ଶିଶୁକୁ ବାହାର ଯନ୍ତ୍ରଣାରୁ ଆରାମ ଦେଇଥିବା ଦେଖିବାକୁ ମିଳୁଛି।

Monkey

ଘଟଣାଟି ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଆସିଛି। ଭାଇରାଲ ହେଉଥିବା ଭିଡ଼ିଓରେ ମାଆ ମାଙ୍କଡଟି ଏକ ଡ୍ରେନ ପାଖରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି। ସେହିବାଟ ଦେଇ ଯାଉଥିବା ଫତେହପୁରର ଖଗା ପୁଲିସ ଷ୍ଟେସନରେ କନଷ୍ଟେବଳ ବିନୋଦ କୁମାର ଏହାକୁ ଦେଖି ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। ସେ ଅତି ଯତ୍ନର ସହିତ ମାଙ୍କଡଟି ପେଟରୁ ମଲା ଛୁଆଟିକୁ ବାହାର କରିବାରେ ସଫଳ ହୁଅନ୍ତି। ଏହାପରେ ମାଆ ମାଙ୍କଡଟି ଧୀରେ ଧୀରେ ସେଠାରୁ ପଳାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-


ଏହି ଭିଡ଼ିଓଟିକୁ ଫତେହପୁର ପୋଲିସ ନିଜର ଟ୍ୱିଟର ଅକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ଏପର୍ଯ୍ୟନ୍ତ ସୁଦ୍ଧା ଏହି ଭିଡ଼ିଓଟିକୁ ଏକ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଥିବା ବେଳେ ୬ ହଜ଼ାରରୁ ଅଧିକ ଲୋକେ ପସନ୍ଦ କରିଛନ୍ତି। ବିନୋଦଙ୍କର ଏଭଳି ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରୁଛନ୍ତି।