ରେଳବାଇର ବଡ ନିଷ୍ପତ୍ତି, ଏଣିକି ଜେନେରାଲ ଟିକେଟ୍ ରେ କରିପାରିବେ ସ୍ଲିପରରେ ଯାତ୍ରା, ଜାଣନ୍ତୁ ପୂରା ଖବର

 
Train

ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଖବର। ଏଣିକି ସ୍ଲିପର୍ କ୍ଲାସ୍ ପାଇଁ ଅଲଗା ଟିକଟ୍ କରିବାକୁ ପଡ଼ିବ ନାହିଁ। ଜେନେରାଲ ଟିକେଟ୍ କରି ବି ଆପଣ ସ୍ଲିପର୍ ରେ ଯାତ୍ରା କରିପାରିବେ। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବନାହିଁ।

Sleeper

ସାରା ଦେଶରେ ବଢୁଥିବା ଶୀତକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ବୃଦ୍ଧ ଏବଂ ଗରିବ ଶ୍ରେଣୀର ଲୋକେ ଏହା ଦ୍ୱାରା ଉପକୃତ ହେବେ। ଏହା ବ୍ୟତୀତ ଏହି ସ୍ଲିପର୍ କ୍ଲାସ୍ ଗୁଡିକୁ ଜେନେରାଲ କ୍ଲାସରେ ପରିବର୍ତ୍ତିତ କରିବା ପାଇଁ ରେଳ ବିଭାଗ ଚିନ୍ତା କରୁଥିବା ଜଣାପଡ଼ିଛି।

AC

ଏବେ ଅଧିକ ରୁ ଅଧିକ ଯାତ୍ରୀ ସ୍ଲିପର୍ ବଦଳରେ ଏସି କୋଚ୍ ରେ ଯାତ୍ରା କରିବା ପାଇଁ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ସ୍ଲିପର୍ ସ୍ଥାନରେ ଏସି କୋଚ୍ ଗୁଡିକର ସଂପ୍ରସାରଣ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ସଂରକ୍ଷିତ ହୋଇ ରହିଥିବା ଏହି କୋଚଗୁଡିକ ବାହାରେ ଲେଖାଯିବ, କିନ୍ତୁ କୋଚଗୁଡିକରେ ମଧ୍ୟମ ବର୍ଥ ଖୋଲିବାକୁ ଦିଆଯିବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି।