ଚଳିବନି କି ପେନ୍ ଲେଖାଥିବା ନୋଟ୍? ଆପଣଙ୍କ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି? ଜାଣନ୍ତୁ ଏହା ଚଳିବ ନା ନାହିଁ

 
Note

ବ୍ୟାଙ୍କ ନୋଟ୍ ଉପରେ କିଛି ଲେଖିଲେ କିମ୍ବା ପେନ୍ ସାହାଯ୍ୟରେ ଗାରେଇ ଦେଲେ ଏହା ଚଳିବନାହିଁ। ଏହି ନୋଟ ଗ୍ରହଣ ଯୋଗ୍ୟ ନୁହେଁ ବୋଲି କିଛି ସୋସିଆଲ ମିଡିଆ ପୋଷ୍ଟରେ ଆପଣ ନିଶ୍ଚିତ ଭାବରେ ପଢ଼ିଥିବେ। ତେବେ, ସତରେ କଣ ନୋଟ୍ ଉପରେ କିଛି ଲେଖିଦେଲେ ଏହା ଅଚଳ ହୋଇଯିବ? ଏଭଳି ଅନେକ ପ୍ରଶ୍ନ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବରେ ଉଙ୍କି ମାରୁଥିବ।

Note

ତେବେ, PIB (Press information Bureau) ଫ୍ୟାକ୍ଟ ଚେକ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏହାର ସଠିକ୍ ଜବାବ ରଖାଯାଇଛି। ଏହି ପୋଷ୍ଟ ଅନୁଯାଇ ନୋଟ ଉପରେ ସାମାନ୍ୟ କିଛି ଲେଖା ହୋଇଥିଲେ କିମ୍ବା କିଛି ଲାଗିଥିଲେ ଏହା ଅଚଳ ହୋଇଯାଏ ନାହିଁ। ଏପରିକି ନୋଟଟି ଚିରି ଯାଇଥିଲେ ବି ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇ ଏହାକୁ ବଦଳାଇ ଦେଇ ପାରିବେ।

ଅନ୍ୟପକ୍ଷରେ ଲେଖାଥିଲେ ନୋଟ ଚଳାଇ ହେବର ମାନେ ଏହା ନୁହେଁ ଯେ ଆପଣ ନୋଟ ଉପରେ କିଛି ବି ଲେଖିବେ। ଏହା କରିବା ଦ୍ୱାରା ସଂପୃକ୍ତ ନୋଟଟିର ଲାଇଫ୍ କମି ଯାଇଥାଏ। ନୋଟ୍ ଉପରେ ଷ୍ଟାପଲର୍ ବ୍ୟବହାର କରିବାକୁ ମଧ୍ୟ ଏଠାରେ ବାରଣ କରାଯାଇଛି। ତେବେ, ନୋଟଟିକୁ ଓଲଟା ସିଧା କରି ମୋଡ଼ିବା କିମ୍ବା ଖେଳନା ପରି ବ୍ୟବହାର କରିବା ମଧ୍ୟ ଆଦୌ ଉଚିତ ନୁହେଁ।