ଆସିଲା ନୂଆ ଟେକ୍ନୋଲୋଜି: ଆପଣଙ୍କ ପ୍ରେମ ସମ୍ପର୍କରେ ବ୍ରେକଅପ୍ କେବେ ହେବ ୩ ମାସ ପୂର୍ବରୁ ଜଣା ପଡିଯିବ, ଜାଣନ୍ତୁ କେମିତି

 
Breakup

ସବୁକିଛି ଠିକ ଚାଲିଥିଲା, ଉଭୟେ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ସେମାନଙ୍କ ବାହାଘର ମଧ୍ୟ ସ୍ଥିର ହେବାକୁ ଯାଉଥିଲା। କିନ୍ତୁ, ଦିନେ ହଠାତ କରି ସବୁକିଛି ବଦଳି ଗଲା ଉଭୟେ ଉଭୟଙ୍କ ଠାରୁ ଅଲଗା ହୋଇଗଲେ ଅଥବା ଉଭୟଙ୍କର ବ୍ରେକଅପ୍ ହୋଇଗଲା। ଆଜିକାଲି ପ୍ରେମ ସମ୍ପର୍କରେ ଏହା କିଛି ନୂଆ କଥା ନୁହେଁ, ଏଭଳି ଅନେକ ଘଟଣା ଘଟିଯାଉଛି।

Breakup

ସବୁଠାରୁ ବଡ଼ କଥା ହେଉଛି ଅନେକ ବ୍ରେକଅପ୍ ଷ୍ଟୋରିରେ ବ୍ରେକଅପ୍ ହେବାର ସଠିକ କାରଣ ମଧ୍ୟ ଜଣାପଡୁନାହିଁ। କିନ୍ତୁ, ଏବେ ବିଶେଷଜ୍ଞମାନେ ବ୍ରେକଅପ୍ ହେବାର ୨-୩ ମାସ ଆଗରୁ ଏହାର ପୂର୍ବାନୁମାନ କରିପାରିବେ ବୋଲି ଦାବି କରିଛନ୍ତି। ଅସ୍ଟିନ୍ ସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ସାସ୍ ଠାରେ ଏଭଳି ଏକ ଅଧ୍ୟୟନ କରାଯାଇଛି। ବିଶେଷଜ୍ଞମାନେ ପ୍ରାୟ ୬୮୦୩ ରେଡ଼ିଟ୍ ୟୁଜରଙ୍କର ୧,୦୨୭,୫୪୧ ପୋଷ୍ଟକୁ ଅଧ୍ୟୟନ କରିଛନ୍ତି।

Breakup

ତେବେ, ବ୍ରେକଅପ୍ ପୂର୍ବରୁ ମଣିଷର କଥାବାର୍ତ୍ତା, ହାବଭାବ ଏପରିକି ପୋଷ୍ଟ କରୁଥିବା ଶବ୍ଦ ଗୁଡିକ ମଧ୍ୟ ବଦଳି ଯାଇଥାଏ ବୋଲି ଏହି ରିସର୍ଚ୍ଚ ଟିମ୍ ଦ୍ୱାରା କୁହାଯାଇଛି। ସେମାନଙ୍କ କହିବା ଅନୁଯାଇ ବ୍ରେକ୍ଅପ୍ ୨-୩ ମାସ ପୂର୍ବରୁ ମଣିଷ ମୁଁ, ଆମେ ଭଳି ଶବ୍ଦ ବ୍ୟବହାର କରିବାକୁ ଲାଗେ। ଲୋକେ ଦ୍ଵିଅର୍ଥକ ଶବ୍ଦ ମଧ୍ୟ ବ୍ୟବହାର କରିବାକୁ ଲାଗିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମଣିଷ ଏହି ସମୟରେ ଅନୌପଚାରିକ ଭାଷା ପ୍ରୟୋଗ କରିବା ସହିତ ଏହାକୁ ପୋଷ୍ଟରେ ମଧ୍ୟ ବ୍ୟବହାର କରିଥାନ୍ତି।