ଦେଖନ୍ତୁ ଭିଡ଼ିଓ: ମାଗଣା ହେଲମେଟ୍ ପାଇଁ ଉତ୍ପାତ! ପୋଲିସକୁ ବି ମାନିଲେନି ଲୋକେ…..

 
Helmet

ଲୋକଙ୍କୁ କିଛିବି ମାଗଣା ମିଳିଲେ ସେମାନେ ଏହାକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି। ଏହା କିଛି ନୂଆ କଥା ହୋଇନଥିଲେ ହେଁ ମଧ୍ୟପ୍ରଦେଶ ଜବଲପୁର ଠାରେ ଏପରି ହିଁ ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ପ୍ରକୃତରେ ଏଠାରେ ପୋଲିସ ମାଗଣାରେ ହେଲମେଟ ବଣ୍ଟନ କରୁଥିବା ଜାଣିବା ପରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା, ଏବଂ ଏହାରି ଭିତରେ ଲୋକେ ମନଇଚ୍ଛା ହେଲମେଟ୍ ଲୁଟୁଥିବା ଦେଖିବାକୁ ମିଳିଥିଲା।

Helmet

ମିଳିଥିବା ସୂଚନା ଅନୁଯାଇ ଚାଲାଣ କାଟିବା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ହେଲମେଟ ପିନ୍ଧିବାକୁ ସଚେତନତା ବଢ଼ୁନଥିବା ଏବଂ ବଢୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଜବଲପୁର ପୋଲିସ ମାଗଣା ହେଲମେଟ ବାଣ୍ଟିବାକୁ ଯୋଜନା କରିଥିଲା। ଏହି ଖବର ଲୋକଙ୍କ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ପାଗଳାମୀ ଦେଖିବାକୁ ମିଳିଥିଲା।

ଲୋକେ ଭିଡ଼ ଜମାଇ ହେଲମେଟ ଲୁଟୁଥିବା ବେଳେ ପୋଲିସକୁ ଠେଲାପେଲା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଉଛି ସେଠାରେ ଉପସ୍ଥିତ କିଛି ପୋଲିସ ଅଫିସର୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନିଜେ ହେଲମେଟ ନେଇଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।