“ମୁଁ ପନ୍ତଙ୍କୁ ବଞ୍ଚାଇଲି...ଦୁର୍ଘଟଣା ପରେ ଜଳିଗଲା କାର! ଋଷବଙ୍କୁ ଏପରି ଭାବରେ ବଞ୍ଚାଇଲେ ବସ୍ ଡ୍ରାଇଭର, ନିଜେ କହିଲେ ସେ ସମୟର କଥା

 
Rishabh Pant

ଆଜି ସକାଳୁ ଦିଲ୍ଲୀରୁ ନିଜ ଘର ଅଭିମୁଖେ ଯାଉଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି କ୍ରିକେଟର ଋଷବ ପନ୍ତ। ଏହି ଦୁର୍ଘଟଣାରେ ମର୍ସିଡ଼ିଜ୍ କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ଅଳ୍ପକେ ଋଷବଙ୍କ ଜୀବନ ବଞ୍ଚିଯାଇଛି। ତେବେ, ଋଷବଙ୍କ ଜୀବନ ବଞ୍ଚାଇଥିବା ବସ୍ ଡ୍ରାଇଭର ସୁଶୀଲ କୁମାର ଏହି ଘଟଣାର ବିବରଣୀ ଦେଇଛନ୍ତି।

Accident

ସୁଶୀଲ ହରିୟାଣା ରୋଡ଼ୱେଜରେ ଜଣେ ଡ୍ରାଇଭର ଭାବରେ କାମ କରନ୍ତି। ସକାଳୁ ସେ ହରିଦ୍ୱାରରୁ ଫେରୁଥିବା ବେଳେ ବିପରୀତ ପଟରୁ ଆସୁଥିବା ଋଷବଙ୍କ କାର ଡିଭାଇଡରରେ ପିଟି ହୋଇଥିବା ସେ ଦେଖିଥିଲେ। କାରଟି ଡ଼ିଭାଇଡର୍ ଡେଇଁ ରାସ୍ତା ସେପଟେ ଯାଇ ପଡିଥିଲା, ଋଷବ କାର ୱିଣ୍ଡସିଲ୍ଡ ଭାଙ୍ଗି ବାହାରେ ପଡିଥିବା ସୁଶୀଲ କହିଛନ୍ତି। ସେ, ବସ୍ କଣ୍ଡକ୍ଟର୍ ଏବଂ ଅନ୍ୟ ଯାତ୍ରୀମାନେ ଋଷବଙ୍କୁ କାର ଠାରୁ ଦୂରେଇ ଆଣିଥିଲେ ଯାହାପରେ କାରଟିରେ ନିଆଁ ଲାଗି ଯାଇଥିଲା।

ଋଷବଙ୍କ ହୋସ୍ ଆସିବା ପରେ ସେ ନିଜ ପରିଚୟ ଦେବା ସହିତ ପାଣି ମାଗିଥିବା ସୁଶୀଲ କହିଛନ୍ତି। ସେ ପୋଲିସ ଏବଂ ଆମ୍ବୁଲାନ୍ସକୁ ଫୋନ କରିବାର ପ୍ରାୟ ୧୫ ମିନିଟ ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଏହି ଦୁର୍ଘଟଣାରେ ଋଷବଙ୍କ ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଏହା ବ୍ୟତୀତ ତାଙ୍କ ପିଠିରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି। ତେବେ, ସୌଭାଗ୍ୟବଶତଃ ତାଙ୍କ ଜୀବନ ପ୍ରତି ବିପଦ ନଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।