ଦେଖନ୍ତୁ ଭିଡ଼ିଓ: ଏହି ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରେନ୍! ତଥାପି, ବଞ୍ଚିଗଲା ଜୀବନ….

ସାମାନ୍ୟ ଅସାବଧାନତା ହେତୁ ଲୋକେ ଟ୍ରେନ୍ ଦୁର୍ଘଟଣାର ଶିକାର ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ, ଏଭଳି ମଧ୍ୟ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ସମ୍ପୂର୍ଣ୍ଣ ଟ୍ରେନଟି ଚଢ଼ି ଯାଇଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କର ଜୀବନ ବର୍ତ୍ତି ଯାଇଛି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
ଘଟଣାଟି ବିହାରର ଭାଗଲପୁରର କାହଲଗାଓଁ ରେଳ ଷ୍ଟେସନରେ ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ ବ୍ୟକ୍ତି ଜଣକ ରେଳ ଧାରଣା ପାର ହେବା ପାଇଁ ଫୁଟ ଓଭରବ୍ରିଜ୍ ବ୍ୟବହାର କରିବା ପରିବର୍ତ୍ତେ ରେଲୱେ ଟ୍ରାକ୍ ଉପର ଦେଇ ଯିବାକୁ ପସନ୍ଦ କରିଥିଲେ। ତେବେ, ଠିକ୍ ସେହି ସମୟରେ ହିଁ ଏକ ମାଲବାହୀ ଟ୍ରେନ ସେଠାକୁ ଆସିଯିବାରୁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା।
VIDEO: खड़ी ट्रेन के नीचे से पटरी पार कर रहा था शख्स, तभी चल पड़ी गाड़ी... pic.twitter.com/FCa5rhLggZ
— NDTV India (@ndtvindia) November 10, 2022
ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତି ଜଣଙ୍କ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଟ୍ରାକ୍ ମଝିରେ ଫସିଯିବା ପରେ ସେ ସେହିଠାରେ ହିଁ ମଝିରେ ସୋଇପଡ଼ିଥିଲେ। ଫଳରେ ଟ୍ରେନଟି ତାଙ୍କ ଉପର ଦେଇ ଚାଲି ଯାଇଥିଲେ ହେଁ ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।