ପ୍ରେମର ସାକ୍ଷୀ ହୁଇଲ୍ ଚ୍ୟାୟାର୍! ପ୍ରେମିକାର ଗୋଡ଼ କଟିଯିବା ପରେ ମଧ୍ୟ ବିବାହ କଲେ ଯୁବକ, ଦେଖନ୍ତୁ ଏଇ ପ୍ରେମ କାହାଣୀ

 
Love

ଆଜିର ସମାଜରେ ଯେଉଁଠି ପ୍ରେମ ନାଁରେ ଅଧିକାଂଶ ଧୋକା ଏବଂ ପ୍ରତାରଣା ମିଳୁଛି। ସେହିଠାରେ ଶାଶ୍ୱତ ଓ ଚିରନ୍ତନ ପ୍ରେମ ସମ୍ପର୍କର ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା। ଦେବସ୍ମିତା ପକ୍ଷାଘାତର ଶିକାର ହୋଇ ହ୍ୱିଲଚେୟାରର ସାହାଯ୍ୟ ନେଉଥିଲେ ହେଁ ଶୁଭ୍ରାଂଶୁ ତାଙ୍କ ହାତ ଛାଡ଼ିନାହାଁନ୍ତି, ବରଂ ସେ ତାଙ୍କୁ ବିବାହ କରି ସାରା ଜୀବନ ପାଇଁ ଆପଣାଇ ନେଇଛନ୍ତି।

Subhranshu

ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ୨୦୧୫ରେ ପରସ୍ପରକୁ ଭଲ ପାଇ ବସିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାପରେ ପରିବାରର ସମ୍ମତ୍ତି କ୍ରମେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ୨୦୧୯ ମସିହାରେ ସ୍ନାୟୁ ଜନିତ ରୋଗରେ ପୀଡିତ ହୋଇ ଦେବସ୍ମିତା ପକ୍ଷାଘାତର ଶିକାର ହେଲେ।

ଦୀର୍ଘ ଦୁଇବର୍ଷ ଧରି ସେ ଶଯ୍ୟାସାୟୀ ହୋଇ ରହିଥିଲେ ହେଁ ଶୁଭ୍ରାଂଶୁ ତାଙ୍କ ହାତ ଛାଡ଼ିନଥିଲେ। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ସହିତ ଦେବସ୍ମିତା ଏବେ ହ୍ୱିଲଚେୟାରରେ ବସିବାକୁ ସକ୍ଷମ ହେଉଛନ୍ତି। ତେବେ, ଦୀର୍ଘ ୮ ବର୍ଷର ଏହି ସମ୍ପର୍କକୁ ଶୁଭ୍ରାଂଶୁ ବିବାହର ରୂପ ଦେବାକୁ ମନସ୍ଥ କରିଥିଲେ। ପରିବାରର ସଂମ୍ମତ୍ତି କ୍ରମେ ସେ ଦେବସ୍ମିତାଙ୍କୁ ବିବାହ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।