ବାପ ଘରକୁ ଚାଲିଗଲା ସ୍ତ୍ରୀ, ଉତକ୍ଷିପ୍ତ ହୋଇ ନିଜ ଯୌନାଙ୍ଗ ନିଜେ କାଟିଦେଲେ ଏହି ବ୍ୟକ୍ତି, ଆଉ ତାପରେ...
Tue, 24 Jan 2023

ପାରିବାରିକ କଳହ ହେତୁ ସ୍ତ୍ରୀ ବାପଘରକୁ ପଳାଇବାରୁ ନିଜ ଯୌନାଙ୍ଗକୁ ନିଜେ କାଟିଦେଲେ ଏହି ବ୍ୟକ୍ତି। ଏପରି ଖବର ବିଷୟରେ ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ବିହାରର ମାଧେପୁରା ଜିଲ୍ଲା ମୁରଲୀ ଗଞ୍ଜ ବ୍ଲକ୍ ନୟା ନଗର ଗାଁରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କର ନିଜ ପତ୍ନୀଙ୍କ ସହିତ କୌଣସି ଏକ କାରଣରୁ ଝଗଡ଼ା ହୋଇଥିଲା। ଯାହାପରେ ତାଙ୍କ ପତ୍ନୀ ଘର ଛାଡ଼ି ନିଜ ବାପଘରକୁ ଚାଲି ଆସିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ନିଜେ ନିଜ ଯୌନାଙ୍ଗ କାଟି ଦେଇଥିଲେ।
ଜାନୁଆରୀ ୨୦ ତାରିଖରେ ସେ ଏଭଳି କାଣ୍ଡ କରିଥିବା ବେଳେ ତାଙ୍କୁ ତୁରନ୍ତ ମାଧେପୁରା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେ ନିଜ ଯୌନାଙ୍ଗ କାଟି ଦେଇଥିବା ନେଇ ଡାକ୍ତର ସ୍ପଷ୍ଟ କରିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଦମ୍ପତ୍ତିଙ୍କର ୩ଟି ଝିଅ ଏବଂ ଏକ ପୁଅ ରହିଥିବା ଜଣାପଡ଼ିଛି।