ମିଳିଯିବ ହଜିଯାଇଥିବା ସ୍ମାର୍ଟଫୋନ୍! ସ୍ୱିଚ୍-ଅଫ୍ ହୋଇଯାଇଥିଲେ ହେଁ କରି ହେବ ଟ୍ରାକିଂ, ଜାଣନ୍ତୁ ଏହି ସହଜ ଉପାୟ

 
Smart phone

ଆଜିର ଯୁଗରେ ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ରହିଅଛି। ମନୋରଞ୍ଜନ ପାଇଁ ଗୀତ ଶୁଣିବା କି ଭିଡ଼ିଓ ଦେଖିବା ହେଉ କିମ୍ବା ଟଙ୍କା ଦେଣନେଣ ଭଳି ଗୁରୁତ୍ୱପୂର୍ଣ୍ଣ କାମ ହେଉ ସବୁକିଛି ମୋବାଇଲ ପାଇଁ ହାତ ପହନ୍ତାରେ ସମ୍ଭବ ହୋଇ ପାରୁଛି। ତେବେ, ମୋବାଇଲଟି ହଜିଯିବା କିମ୍ବା ଚୋରି ହୋଇଗଲେ ବହୁତ ହଇରାଣ ହେବାକୁ ପଡିଥାଏ।

Phone location

ତେବେ, ପ୍ଲେ ଷ୍ଟୋରରେ ଏଭଳି ମଧ୍ୟ କିଛି ଆପ୍ ରହିଛି ଯାହାକି ଚୋରି ହୋଇଥିବା ଫୋନକୁ ଖୋଜିବାରେ ଆପଣଙ୍କୁ ସାହାଯ୍ୟ କରିପାରିବ। ଫୋନଟି ଚୋରି ହୋଇଗଲେ ସାଧାରଣତଃ ଚୋର ଏହାକୁ ସ୍ୱିଚ୍ ଅଫ୍ କରି ଦେଇଥାଏ। କିନ୍ତୁ, ଯଦି ଆପଣ Track it EVEN if it is off ନାମକ ଆପ୍ ବ୍ୟବହାର କରିବେ ତେବେ ଫୋନ ସ୍ୱିଚ୍ ଅଫ୍ ହୋଇଥିଲେ ହେଁ ଏହାକୁ ଟ୍ରାକ୍ କରାଯାଇପାରିବ।

Location

ପ୍ରକୃତରେ ଡ଼ମି ସ୍ୱିଚ୍ ଅଫ୍ କରିବା ଏହି ଆପର ବିଶେଷତ୍ୱ ଅଟେ। ଫୋନ ସ୍ୱିଚ୍ ଅଫ୍ ହୋଇଗଲେ ଚୋର ତୁରନ୍ତ ଏହାକୁ ବନ୍ଦ କରିଦେଇଥାଏ। କିନ୍ତୁ, ଏହି ଆପ୍ ବ୍ୟବହାର କରୁଥିଲେ ଏହା କଦାପି ସ୍ୱିଚ୍ ଅଫ୍ ହୋଇନଥାଏ ବରଂ ଫୋନର GPS ଏବଂ ଲାଇଭ୍ ଲୋକେସନ୍ ପ୍ରଦାନ କରିଥାଏ। ତେବେ, ଏହା ସତ୍ତ୍ୱେ ଫୋନ ଚୋରି ହୋଇଗଲେ ଆପଣ ପୋଲିସକୁ ଏଥିନେଇ ଅଭିଯୋଗ କରିବା ଅନିର୍ବାଯ୍ୟ ଅଟେ।