ପ୍ରକାଶ ପାଇଲା ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା, କିଏ ଧନୀ? କିଏ ସବୁଠୁ ଗରିବ? ନବୀନ ପଟ୍ଟନାୟକଙ୍କ ସ୍ଥାନ ଜାଣି ହେବେ ତାଜୁବ୍

ନିଜର ଭୋଟ ଦେଇ ଆମେ ଦେଶ ଏବଂ ରାଜ୍ୟର ଶାସନକର୍ତ୍ତାଙ୍କୁ ବାଛିଥାଉ। ତେଣୁ, ରାଜ୍ୟର ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ଏବଂ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ସାଧାରଣ ଜନତାଙ୍କର ହକ୍ ଅଟେ। ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ସମ୍ପତ୍ତି ମୂଲ୍ୟକୁ ନେଇ ଏକ ଲିଷ୍ଟ ତିଆରି କରାଯାଇଛି।
ଏହି ଲିଷ୍ଟରେ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ୩୭୦ କୋଟିର ସମ୍ପତ୍ତି ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ୧୩୨ କୋଟି ରହିଛି। ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩.୭୨ କୋଟି ଟଙ୍କାର ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୭.୨୪ କୋଟି ରହିଥିବା ବେଳେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୮. ୨୪ କୋଟି ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପାଖରେ ୧୫.୧୮ କୋଟି ଟଙ୍କାର ସମ୍ପତ୍ତି ରହିଛି।
ଏହି ଲିଷ୍ଟ ଅନୁଯାଇ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ତଳେ ରହିଛନ୍ତି। ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଯଥାକ୍ରମେ ୭୩ ଲକ୍ଷ ଏବଂ ୫୬ କୋଟି ଟଙ୍କାର ହିଁ ସମ୍ପତ୍ତି ରହିଛି। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ୨.୭୬ କୋଟି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପାଖରେ ୫.୬୯ କୋଟି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ପାଖରେ ୪.୦୩ କୋଟିର ସମ୍ପତ୍ତି ରହିଛି।
ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସବୁଠାରୁ ପାଠୁଆ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡିଛି। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଜଣେ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ ବୋଲି ଜଣାଯାଏ।