"ବାପା-ମାଆ ବହୁତ ମାଡ଼ ମାରୁଛନ୍ତି, ଆମେ ଘରକୁ ଯିବୁନି"! ଘର ଛାଡ଼ି ଯାଉଥିବା ବେଳେ କିଛି ଏଭଳି କଥା କହିଲେ କୁନି ଶିଶୁ ଦ୍ୱେୟ, ଦେଖନ୍ତୁ ଭିଡ଼ିଓ

 
Beaten

"ଆମେ ଆମ ନାନାଙ୍କ ଘରକୁ ଚାଲିଯିବୁ, ବାପା ମାଆଙ୍କ ପାଖକୁ ଯିବୁନି ସେମାନେ ବହୁତ ବାଡ଼ଉଛନ୍ତି"। ଏଭଳି କିଛି କଥା କହି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଦୁଇଟି କୁନି ଛୁଆ। ବାପା ମାଆ କୁଆଡେ ସେମାନଙ୍କୁ ମାଡ଼ ମାରିବା ସହିତ ଅକଥନୀୟ ଅତ୍ୟାଚାର କରୁଥିବା ସେମାନେ ଅଭିଯୋଗ କରିବା ସହିତ ଘର ଛାଡ଼ି ଚାଲି ଆସିଛନ୍ତି।

Sisters

ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ ଏହି ଦୁଇ ପିଲା ବହି ବସ୍ତାନୀ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲେ। ତେବେ, ସେମାନଙ୍କୁ ଦେଖି ଜଣେ ଯୁବକ କୁଆଡେ ଯାଉଛ ବୋଲି ପଚାରିଥିଲେ। ଯାହାର ଉତ୍ତରରେ ସେମାନେ ନିଜ ପିଉସୀଙ୍କ ଘରକୁ ଯାଉଥିବା କହିବା ସହିତ ବାଇକରେ ଛାଡ଼ି ଆସିବାକୁ ସେମାନେ ନିବେଦନ କରିଥିଲେ।

ବାପା ମାଆଙ୍କ ବିଷୟରେ ପଚରା ଯିବାରୁ ଭୟଭୀତ ହୋଇଯିବା ସହିତ ଘରକୁ ଫେରିବେ ନାହିଁ ବୋଲି ସେମାନେ କାନ୍ଦି କାନ୍ଦି କହିଥିଲେ। ଛୋଟ ଛୋଟ କଥାରେ ଅଭିଭାବକ ସେମାନଙ୍କୁ ମାଡ଼ ମାରୁଥିବା ଏହି କୁନି ଝିଅ କହିଥିଲା। ସେମାନଙ୍କ ଠାରୁ ନମ୍ବର ନେଇ ତାଙ୍କ ପିଉସୀଙ୍କୁ କଲ୍ କରାଯାଇଥିଲେ ହେଁ ଶିଶୁ ଦ୍ୱେୟଙ୍କୁ ଗ୍ରହଣ କରିବାକୁ ସେ ମନା କରିଦେଇଥିଲେ। ତେବେ, କୋମାଳମତୀ ଶିଶୁମାନଙ୍କ ଉପରେ ନିଜ ବାପାମାଆ ଏଭଳି ଅତ୍ୟାଚାର କରୁଥିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।