ଏଣିକି ପିରିୟଡ଼ସ୍ ପାଇଁ ଛାତ୍ରୀଙ୍କୁ ଦିଆଯିବ ଛୁଟି, ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

 
Period leave

ଛାତ୍ରୀ ଏବଂ କର୍ମଜୀବୀ ମହିଳା ମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ବଡ଼ ସମସ୍ୟା ଅଟେ। ଋତୁସ୍ରାବ ସମୟରେ ମୁଡ ସ୍ୱିଙ୍ଗ ଏବଂ ପେଟରେ ଯନ୍ତ୍ରଣା ହେବା ସ୍ବାଭାବିକ ହୋଇଥିବା ବେଳେ ଏପରି ସମୟରେ ସ୍କୁଲ କିମ୍ବା କଲେଜ ଯିବା କଷ୍ଟକର ହୋଇଥାଏ। ତେଣୁ, କଲେଜରେ ଛାତ୍ରୀ ମାନଙ୍କୁ ପିରିୟଡ଼ସ୍ ଲିଭ୍ ପ୍ରଦାନ କରିବା ପାଇଁ ଅନେକ ସମୟରେ ଦାବି ହୋଇ ଆସୁଛି।

Periods

ତେବେ କେରଳ ସ୍ଥିତ କୋଚିନ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସଏଟି) ପକ୍ଷରୁ ଏଥିନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଏଠାରେ ଛାତ୍ରୀମାନଙ୍କ ପାଇଁ ପ୍ରତି ସେମିଷ୍ଟରରେ ୨ ପ୍ରତିଶତ ଅତିରିକ୍ତ ଲିଭ୍ ବେନିଫିଟ୍ ପ୍ରଦାନ କରିବାକୁ ଯୋଜନା କରାଯାଇଛି। ଅତିକମରେ ୭୫ ପ୍ରତିଶତ ଉପସ୍ଥାପନା ରଖୁଥିବା ଛାତ୍ରଛାତ୍ରୀ ହିଁ ସେମିଷ୍ଟର ପରୀକ୍ଷା ଦେଇପାରିବେ ବୋଲି ନିୟମ ରହିଛି।

University

ଏହାଠାରୁ ଅଧିକ ଛୁଟି ନେଇଥିଲେ ୟୁନିଭରସିଟିର ଭାଇସ୍ ଚାନ୍ସେଲରଙ୍କୁ ଲିଭ୍ ଆପ୍ଲିକେସନରେ ମେଡିକାଲ ସାର୍ଟିଫିକେଟ ଦିଆଯାଇଥାଏ। କିନ୍ତୁ, ଏଣିକି ପିରିୟଡ୍ସ ପାଇଁ ଛୁଟି ନେଇଥିଲେ ଛାତ୍ରୀ ମାନଙ୍କୁ କୌଣସି ମେଡିକାଲ ସାର୍ଟିଫିକେଟ ଦେବାକୁ ପଡ଼ିବନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାସିକ ଧର୍ମ ପାଇଁ ଛାତ୍ରୀ ମାନଙ୍କୁ ଛୁଟି ଦେବାପାଇଁ ଏସଏଫଆଇର ଛାତ୍ର ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ଦାବି କରାଯାଉଥିଲା।