ଦେଖନ୍ତୁ ଭିଡ଼ିଓ: ଅନ୍ୟ ଯୁବତୀଙ୍କ ସହିତ ସ୍ୱାମୀଙ୍କୁ ଧରିଦେଲେ ବୋଲି ସ୍ତ୍ରୀ ଉପରେ କାର ଚଢାଇ ଦେଲେ ଫିଲ୍ମ ନିର୍ମାତା….

 
Car

କାର ଭିତରେ ଅନ୍ୟ ଯୁବତୀଙ୍କ ସହିତ ଚାଲିଥିଲା ପ୍ରେମାଳାପ, ବିରୋଧ କରିବାରୁ ସ୍ତ୍ରୀ ଉପରେ କାର ମଡ଼ାଇ ଦେଲେ ସିନେମା ନିର୍ମାତା। ମୁମ୍ବାଇ ଅନ୍ଧେରି ୱେଷ୍ଟ ସ୍ଥିତ ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂର ପାର୍କିଂ ଏରିଆରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Kamal kishore

ବଲିଉଡ୍‌ ଫିଲ୍ମ 'Dehati Disco'ର ପ୍ରଡ୍ୟୁସର କମଲ କିଶୋରଙ୍କ ନାମରେ ନିଜ ପତ୍ନୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କମଲ ବିଲ୍ଡିଂର ପାର୍କିଂ ଲଟରେ ଗାଡ଼ି ପାର୍କ କରି ଜଣେ ଯୁବତୀଙ୍କ ସହିତ କଥା ହେଉଥିବା ବେଳେ ସେଠାକୁ ତାଙ୍କ ସ୍ତ୍ରୀ ଚାଲି ଆସିଥିଲେ। କାର ଭିତରେ ନିଜ ସ୍ୱାମୀଙ୍କୁ ଅନ୍ୟ ଯୁବତୀଙ୍କ ସହିତ ଦେଖି ତାଙ୍କ ସ୍ତ୍ରୀ ବିରୋଧ କରିଥିଲେ।

 

ଏହାରି ଭିତରେ କମଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାପରେ କମଲ ନିଜ ସ୍ତ୍ରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଏହି ଘଟଣାରେ ପୀଡିତାଙ୍କର ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। କମଲଙ୍କ ପତ୍ନୀ ଆମ୍ବୋଲି ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।