ଓଡ଼ିଶାର ଏହି ୨ ନୂଆ ସହରରେ ଜିଓ ଲଞ୍ଚ କଲା 5G ସେବା, ଜାଣନ୍ତୁ କେମିତି ମାଗଣାରେ ଓଠାଇବା ହାଇ ସ୍ପିଡ୍ ଇଣ୍ଟରନେଟ

 
Jio 5g

ଦେଶର ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି 5G ସେବା। ଦେଶର ଦୁଇ ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ୍ ଏବଂ ଜିଓ ଏହି ସୁବିଧା ପ୍ରଦାନ କରୁଛନ୍ତି। ଆମ ରାଜ୍ୟ ଓଡ଼ିଶାର ଟ୍ଵିନ୍ ସିଟି କୁହାଯାଉଥିବା ଭୁବନେଶ୍ୱର ଏବଂ କଟକରେ 5G ସେବା ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-5G ସେବାର ଶୁଭାରମ୍ଭ କରାଯାଇଛି।

Jio 5g

ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲାରେ ଏବେ ହକି ବିଶ୍ୱକପ ଚାଲିଥିବା ବେଳେ ଜିଓର ଏଭଳି ପଦକ୍ଷେପ ପାଇଁ ସେଠାରେ ଲୋକେ 5G ସେବାର ଆନନ୍ଦ ନେଇପାରିବେ। ସେହିଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର  ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ।

True 5g

ସବୁଠାରୁ ବଡ଼ କଥା ହେଉଛି ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ୟୁଜର୍ସ ଜିଓ ୱେଲକମ୍ ଅଫର ସାହାଯ୍ୟରେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ। ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ମକର ସଂକ୍ରାନ୍ତିଠାରୁ ଜିଓ ଟ୍ରୁ-5G ସେବାର ଶୁଭାରମ୍ଭ କରାଯାଇଛି।