ଏକା ରହିବାକୁ ପସନ୍ଦ କରୁଛନ୍ତି ୮୧ ପ୍ରତିଶତ ଭାରତୀୟ ମହିଳା, ବିବାହ କରିବାକୁ କରୁ ନାହାନ୍ତି ପସନ୍ଦ, ଜାଣନ୍ତୁ କାହିଁକି

 
Indian Womens

ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି ଯୁବପିଢ଼ି। ଖାସ୍ କରି ଯୁବତୀମାନେ ବିବାହ କରିବା ଅପେକ୍ଷା ଏକା ରହିବା ପାଇଁ ବେସି ପସନ୍ଦ କରୁଛନ୍ତି। ବିବାହ କରିବା ଦ୍ୱାରା ସାମାଜିକ ଏବଂ ପାରିବାରିକ ନିର୍ଭରତା ବଢିବା ସହିତ ଅଯଥା ଚିନ୍ତା ନେବାକୁ ପଡ଼ିବ ବୋଲି ଭାରତୀୟ ମହିଳାମାନେ ଭାବୁଛନ୍ତି।

Single

ଡେଟିଂ ଆପ୍‌ 'ବମ୍ବ୍‌ଲି' କରିଥିବା ଏକ ଗବେଷଣା ଦ୍ୱାରା ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏପରିକି ଡେଟିଂ କରୁଥିବା ୫ ମହିଳାଙ୍କ ମଧ୍ୟରୁ ୨ ଜଣଙ୍କ ପରିବାର ବିବାହ କରିବା ପାଇଁ ସେମାନଙ୍କୁ ବାଧ୍ୟ କରିଥାନ୍ତି। କିନ୍ତୁ, ଏଥିନେଇ ସେମାନଙ୍କ ଇଚ୍ଛା ପଚାରିବାରୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବାକୁ ଚାହାଁନ୍ତି ନାହିଁ ବୋଲି ମତ ଦେଇଥିଲେ।

Bumblee

ଏହି ଗବେଷଣାରେ ସାମିଲ ହୋଇଥିବା ୮୧ ପ୍ରତିଶତ ମହିଳା ଅବିବାହିତ ରହିବାକୁ ଅଧିକ ସହଜ ଅନୁଭବ କରୁଥିବା ସ୍ପଷ୍ଟ କରିଛନ୍ତି। ଏପରିକି ଡେଟିଂ କରୁଥିବା ୬୩ ପ୍ରତିଶତ ମହିଳାମାନେ ସେମାନଙ୍କ ପ୍ରାଥମିକତା ସହିତ ସଲିସ୍ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।