ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀ ସ୍ତ୍ରୀ ଓ ଦେଢ ବର୍ଷର ପୁଅ, ୩ ବର୍ଷ ତଳେ ହୋଇଥିଲା ବାହାଘର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Swami stree

ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ଦେଢ଼ବର୍ଷର ପୁଅ ହସଖୁସିରେ ଫାଟିପଡୁଥିଲା ପୁରା ସଂସାର। କିନ୍ତୁ, ହୁଏତ ଏହି ଖୁସିରେ କାହାର ନଜ଼ର ଲାଗିଗଲା। ଗୋଟିଏ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ଯାଜପୁର ରୋଡ଼ ସ୍ଥିତ ଗୋଲାଗାଁ ଛକନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି।

Accident

ମିଳିଥିବା ସୂଚନା ଅନୁଯାଇ ଅଙ୍କୁରାପାଳ ଗ୍ରାମର ଗୋଲକ ଲାମା (୩୦) ନିଜ ସ୍ତ୍ରୀ ଏବଂ ଦେଢ଼ବର୍ଷର ପୁଅ ସହିତ ବାଇକ ଯୋଗେ ଯାଉଥିଲେ। ତେବେ, କଳିଙ୍ଗନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୫୩ ର ମିରିଗିଚରା ଛକ ନିକଟରେ ତାଙ୍କୁ ପଛପଟୁ ଏକ କାର୍‌ (ଓଡି୦୪ଏନ୍‌ ୮୧୬୭) ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ହିଁ ଗୋଲକଙ୍କ ଜୀବନ ଚାଲିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ସେମାନେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୁର୍ଘଟଣା ଘଟାଇଥିବା କାରଟିକୁ ଉତ୍ୟକ୍ତ ଲୋକେ ଜାଳି ଦେଇଥିବା ବେଳେ ଭିତରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ ସୁକିନ୍ଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲା।