“ସବୁ ଜାଣିବାକୁ ଚାହୁଁଛ ବାଥରୁମ୍ ଆସ” ବାଥରୁମ୍ ରେ କାହା ସହ କଣ କରନ୍ତି ହ୍ୟୁମାନ ସାଗର, ଜାଣନ୍ତୁ ପୂରା ଖବର

ପତ୍ନୀ ଏବଂ ଶ୍ବଶୁରଘର ଲୋକେ ନିର୍ଯାତନା ଏବଂ ହତ୍ୟା ପାଇଁ ଉଦ୍ୟମ କରିଥିବା ନେଇ ଅଭିଯୋଗ ଆଣିବା ପରେ ଅଡୁଆରେ ପଡ଼ିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ତେବେ, ଏଥିନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିବାରୁ ପାଲଟା ଜବାବ ଦେଇ ଆହୁରି ଆକ୍ରୋଶର ଶିକାର ହୋଇଛନ୍ତି ଏହି ଗାୟକ। ପାରିବାରିକ କଳହର କୌଣସି ସମାଧାନ ବାହାରି ନଥିବା ବେଳେ ହ୍ୟୁମାନ ଆହୁରି ବିବାଦୀୟ ହୋଇପଡ଼ିଛନ୍ତି।
ପତ୍ନୀ ଶ୍ରେୟା ମିଶ୍ର ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଗତକାଲି ଉଭୟେ ଥାନାରେ ହଜ଼ାର ହୋଇଥିଲେ। ଆପୋଷ ସମାଧାନ ପାଇଁ ୨ ଦିନ ସମୟ ଦିଆଯାଇଥିବା ବେଳେ ଏହାରି ଭିତରେ କିଛି ସମାଧାନ ନ ହେଲେ ହ୍ୟୁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ। ତେବେ, ଥାନାରୁ ବାହାରିବା ସମୟରେ ହ୍ୟୁମାନଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ଏଥିନେଇ ପ୍ରଶ୍ନ ପଚାରିଥିଲେ।
ହ୍ୟୁମାନ ପ୍ରଥମେ ଏହା ତାଙ୍କ ପାରିବାରିକ ମାମଲା ଏବଂ ସେ କିଛି ଦୋଷ କରିନଥିବା କହିଥିଲେ। କିନ୍ତୁ, କିଛି ସମୟ ପରେ ସେ ଉତକ୍ଷିପ୍ତ ହେବା ସହିତ,"ବାଥରୁମ୍ କୁ ମୋ ସହିତ ଆସନ୍ତୁ, ମୁଁ କଣ କରୁଛି ଦେଖିବେ ବୋଲି କହିଥିଲେ"। ଗୋଟିଏ ପଟେ ତାଙ୍କ ଉପରେ ଏତେ ସଙ୍ଗୀନ ଆରୋପ ଲାଗିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହ୍ୟୁମାନଙ୍କର ଏଭଳି ଦୁର୍ବ୍ୟବହାର କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।