ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍ ପୋଲିସ ଅଟକାଇଲେ କ'ଣ ସବୁ କରିପାରିବେ ଆପଣ ? ଜାଣନ୍ତୁ ଆପଣଙ୍କର ୪ଟି ଅଧିକାର

 
Traffic

ଅନ୍ୟ ରାଜ୍ୟ ହେଉ ଅଥବା ଆମ ରାଜ୍ୟ ଓଡ଼ିଶା। ସବୁଠାରେ କଡାକଡ଼ି ହୋଇଛି ଟ୍ରାଫିକ୍ ବ୍ୟବସ୍ଥା। ବଢୁଥିବା ସଡକ ଦୁର୍ଘଟଣାକୁ ଲକ୍ଷ୍ୟ କରି ସରକାର ଅନେକ ଟ୍ରାଫିକ ନିୟମ ପ୍ରଣୟନ କରିଛନ୍ତି। ଏଗୁଡ଼ିକୁ ଭାଙ୍ଗିଲେ ଗାଡ଼ି ଚଳାଳି ଏବଂ ମାଲିକଙ୍କୁ ଫାଇନ୍ ଦେବାକୁ ପଡୁଛି। ତେବେ, ଚେକିଂ ସମୟରେ ଆପଣ ମଧ୍ୟ ନିଜର କିଛି ଅଧିକାର ଗୁଡିକ ବିଷୟରେ ଜାଣି ରଖିବା ଉଚିତ।

Rules

୧. ନିୟମ ଅନୁଯାଇ ଯଦି ଜଣେ ପୋଲିସ ଆପଣଙ୍କୁ କୌଣସି ଡ଼କ୍ୟୁମେଣ୍ଟ ମାଗନ୍ତି। ତେବେ, ଆପଣଙ୍କୁ ସେହି ଦସ୍ତାବିଜ୍ ଦେଖାଇବାକୁ ହେବ। ଅନ୍ୟପକ୍ଷରେ ଆପଣ ଚାହିଁଲେ ଡିଜିଟାଲ୍ ଡ଼କ୍ୟୁମେଣ୍ଟ ମଧ୍ୟ ଦେଖାଇ ପାରିବେ। ଏପରି ସ୍ଥଳରେ ଡିଜିଟାଲ୍ ଡ଼କ୍ୟୁମେଣ୍ଟ ମାନ୍ୟ ହେବ।

୨. ସେହିପରି ଯଦି ଆପଣ ଏକ ଚାରି ଚକିଆ ଯାନ ଚଳାଉଛନ୍ତି। ଟ୍ରାଫିକ ଚେକିଂ ସମୟରେ ପୋଲିସ ଆପଣଙ୍କୁ ଗାଡିରୁ ବାହାରକୁ ବାହାରିବା ପାଇଁ ବାଧ୍ୟ କରି ପାରିବେନାହିଁ। ଚେକିଂ ସମୟରେ ସେ କୌଣସି ପ୍ରକାର ଅସଦାଚରଣ କରି ପାରିବେ ନାହିଁ।

Fine

୩. ସେହିପରି ଆପଣ ଫାଇନ୍ ଦେବା ପରେ ଉପସ୍ଥିତ ପୋଲିସ ଅଫିସରଙ୍କ ଠାରୁ ରସିଦ ନେଇପାରିବେ। କିନ୍ତୁ, ଏହି କାମ ଶାନ୍ତିପୂର୍ଣ୍ଣ ଭାବରେ ହେବା ଦରକାର। ଟ୍ରାଫିକ ପୋଲିସଙ୍କୁ ଅସଦାଚରଣ କରିବାର ଅଧିକାର ଆପଣଙ୍କର ନାହିଁ।

୪. ଯଦି ରାସ୍ତାରେ ଟ୍ରାଫିକ୍ ପୋଲିସ କିମ୍ବା ପୋଲିସ ଆପଣଙ୍କୁ ଅଟକାଇ ଗାଡିର ପଞ୍ଜୀକରଣ, ବୀମା, ପ୍ରଦୂଷଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମାଗନ୍ତି। ତେବେ, ଆପଣଙ୍କୁ ଏହା ଦେଖାଇବାକୁ ହେବ। ଆପଣ ମଧ୍ୟ ଚାହିଁଲେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତାଙ୍କର ପରିଚୟ ପତ୍ର ମଧ୍ୟ ମାଗି ପାରିବେ।