ଦେଖନ୍ତୁ ଭିଡ଼ିଓ: ଭାଇରାଲ ହେଉଛି ଗୁଜୁରାଟରେ ପୋଲ ଭାଙ୍ଗିବାର ହୃଦୟଥରା ଦୃଶ୍ୟ, ଏମିତି ଭୁଶୁଡ଼ି ଥିଲା ପୋଲ ସେହି ସମୟର ସିସିଟିଭି ଫୁଟେଜ ହେଉଛି ଭାଇରାଲ୍ ୍

 
Bridge

ଗୁଜୁରାଟର ମୋର୍ବି ଜିଲ୍ଲା ଠାରେ ଝୁଲାପୋଲ ଭାଙ୍ଗିଯାଇ ୧୪୦ ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଯାଇଛି। ଏହି ଦୁଃଖଦ ଘଟଣାରେ ଶହଶହ ଲୋକେ ଆହତ ହୋଇଥିବା ମଧ୍ୟ ଜଣାଯାଇଛି। ମୃତକ ଏବଂ ଆହତଙ୍କ ମଧ୍ୟରେ ମୁଖ୍ୟତଃ ଶିଶୁ ଏବଂ ମହିଳା ରହିଛନ୍ତି। ତେବେ, ଏହାର ଏକ ଲାଇଭ୍ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି।

Bridge

 ଏହି ଦୁର୍ଘଟଣାର ଶିକାର ହୋଇଥିବା ୧୭୦ରୁ ଅଧିକ ଆହତଙ୍କୁ ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ପ୍ରତିଶୃତି ଦିଆଯାଇଛି।

ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଲୋକେ ଝୁଲା ପୋଲ ଉପରେ ଠିଆ ହୋଇ ମଜ଼ା ନେଉଥିବା ଦେଖିବାକୁ ମିଳୁଛି। ତେବେ, ହଠାତ ପୋଲଟି ଭାଙ୍ଗି ଯାଉଛି ଏବଂ ସମସ୍ତେ ପାଣି ଭିତରକୁ ପଡିଯାଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମଚ୍ଛୁ ନଦୀ ଉପରେ ହୋଇଥିବା ଏହି ପୋଲ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ, ୭ ମାସ ପରେ ଏହାର ମରାମତି କାର୍ଯ୍ୟ ସରିବା ପରେ ସର୍ବସଧାରଣଙ୍କ ପାଇଁ ଏହାକୁ ଖୋଲା ଯାଇଥିଲା। ଏହାର ମରାମତି କରିଥିବା ଓରେଭା ଗ୍ରୁପ୍ ଉପରେ ଏକ ଅପରାଧି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।