ଦେଖନ୍ତୁ ଭିଡ଼ିଓ: ମେଟ୍ରୋ ସିଟରୁ ତଳକୁ ପଡ଼ି ଯାଉଥିଲେ ଏହି ଯୁବକ, ଏଭଳି ଭାବରେ ବଞ୍ଚାଇଦେଲେ ପାଖରେ ଥିବା ଯୁବତୀ….

 
Slept

ସୋସିଆଲ ମିଡିଆରେ ଲୋକେ ମେଟ୍ରୋ ଭିତରେ ଗୀତ ଗାଇବା ଏବଂ ଡ୍ୟାନ୍ସର ରିଲ୍ସ କରି ଭାଇରାଲ ହେବା କିଛି ନୂଆ କଥା ନୁହେଁ। କିନ୍ତୁ, ଏବେ ମେଟ୍ରୋ ଟ୍ରେନ୍ ସିଟ୍ ଉପରେ ଶୋଇ ଶୋଇ ଜଣେ ବ୍ୟକ୍ତି ବେସ୍ ଭାଇରାଲ ହୋଇଛନ୍ତି। ପ୍ରକୃତରେ ବ୍ୟକ୍ତି ଜଣକ ନିଜ ସିଟ୍ ଉପରୁ ତଳକୁ ପଡ଼ି ଯାଉଥିବା ବେଳେ ପାଖରେ ବସିଥିବା ଜଣେ ଯୁବତୀ ତାଙ୍କୁ ବଞ୍ଚାଉଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ କିଛି ଲୋକେ ମେଟ୍ରୋ ଟ୍ରେନର ସିଟରେ ବସିଥିବା ଦେଖିବାକୁ ମିଳିଛି। ତେବେ, ସେଠାରେ ନୀଳ ସାର୍ଟ ପିନ୍ଧି ବସିଥିବା ଜଣେ ବ୍ୟକ୍ତି ବସିଥିବା ଅବସ୍ଥାରେ ହିଁ ଶୋଇ ପଡୁଛନ୍ତି। ସେ ଘୁମାଉ ଥିବା ବେଳେ ସିଟରୁ ଖସିପଡିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।

ତେବେ, ଭାଗ୍ୟବଶତଃ ପାଖରେ ବସିଥିବା ଜଣେ ଯୁବତୀ ତାଙ୍କ ସାର୍ଟକୁ ଧରି ଟାଣି ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି, ଯୁବତୀଙ୍କ ଉପସ୍ଥିତ ବୁଦ୍ଧିକୁ ଅନେକେ ପ୍ରଶଂସା କରିଛନ୍ତି। Md Moeen Shaikh ନାମକ ଏକ ଇଂଷ୍ଟାଗ୍ରାମ ଅକାଉଣ୍ଟ ଦ୍ୱାରା ଏହି ଭିଡ଼ିଓକୁ ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ଏହି ଭିଡ଼ିଓକୁ ୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି।