ଅନଲାଇନ୍ ଫୁଡ୍ ଅର୍ଡର୍ କରୁଥିଲେ ସାବଧାନ! ଯୁବତୀ ଅର୍ଡର କରି ବିରିୟାନୀ ଖାଇବାର କିଛି ଘଣ୍ଟାରେ ଚାଲିଗଲା ଜୀବନ, ଜାଣନ୍ତୁ ପୂରା ଘଟଣା

 
Biryani

ବିରିୟାନୀ ଖାଇବାକୁ କିଏ ଅବା ପସନ୍ଦ କରନ୍ତି ନାହିଁ। ଏଥିସହିତ ଅନଲାଇନ୍ ଅର୍ଡର କଲେ ଏହା ସହଜରେ ମିଳି ଯାଉଥିବାରୁ ଲୋକଙ୍କୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡୁନାହିଁ। କିନ୍ତୁ, ଡେଲିଭର୍ ହେଉଥିବା ଖାଦ୍ୟ କେତେ ଯେ ସୁରକ୍ଷିତ ତାହାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚି ସୃଷ୍ଟି ହୋଇଥାଏ। ଏଇ ଯେମିତି ବିଷାକ୍ତ ବିରିୟାନୀ ଖାଇ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।

Biryani

କେରଳରେ ଏଭଳି ହିଁ ଏକ ଦୁଃଖଦ ଘଟଣା ଘଟି ଯାଇଛି। ମିଳିଥିବା ସୂଚନା ଅନୁଯାଇ ୨୦ ବର୍ଷୀୟା ଏହି ଯୁବତୀ ଜଣକ ଡିସେମ୍ବର ୩୧ରେ ପେରୁମ୍ବାଲାର ଅଞ୍ଜୁ ଶ୍ରୀପାର୍ବତୀ କାସାରାଗଡ୍‌ ସ୍ଥିତ ରୋମାନସିଆ ହୋଟେଲ୍‌ରୁ 'Kuzhimanthi'(ଏକ ପ୍ରକାର ବିରିୟାନୀ) ଅର୍ଡର କରିଥିଲେ। ଠିକ ସମୟରେ ଏହା ତାଙ୍କ ପାଖରେ ପହଞ୍ଚିବା ପରେ ସେ ଏହାକୁ ଖାଇଥିଲେ।

Death

 ତେବେ, ମାତ୍ର କିଛି ସମୟ ପରେ ସେ ଅସୁସ୍ଥ ହେବାରେ ଲାଗିଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନା ଏବଂ ପରେ ମାଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ପରିବାରର ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫୁଡ଼ ପଏଜନିଂ ପାଇଁ ଏଭଳି ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସମ୍ପୃକ୍ତ ହୋଟେଲର ଲାଇସେନ୍ସ ରଦ୍ଧ ହୋଇପାରେ ବୋଲି କୁହାଯାଇଛି।