ଭାଇରାଲ ହେଲା ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ! ପୋଲିସ ପାଇଁ ଚିଠି ଲେଖି କଲେ ଆତ୍ମହତ୍ୟା, ଜାଣନ୍ତୁ ପୂରା ଘଟଣା ୍
Oct 17, 2022, 20:09 IST

ପୁଣିଥରେ ଯୁବତୀଙ୍କ ଅନ୍ତରଙ୍ଗ ଫୋଟୋ ଏବଂ ଭିଡ଼ିଓ ହେଲା ଭାଇରାଲ। ନିଜର ଏଭଳି ଫୋଟୋ ଭାଇରାଲ ହେବାପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଥିବା ବେଳେ ଏହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁଯାଇ ଯୁବତୀ ଜଣଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଗୁଡିକୁ ସ୍ଥାନୀୟ ଖଜୁରୀପଡ଼ାର ଜଣେ ଯୁବକ ଭାଇରାଲ କରିଦେଇଥିବା ଜଣାପଡିଥିଲା। ଏଭଳି ଖବର ପାଇବା ପରେ ଯୁବତୀ ଜଣକ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ତେବେ, ଆତ୍ମହତ୍ୟା କରିବା ପୂର୍ବରୁ ସେ ସ୍ଥାନୀୟ IICଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି।