ମାଆଙ୍କ ମୃତ୍ୟୁ ପରେ କାହିଁକି ଲଣ୍ଡା ହେଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ….

 
Pm modi

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫୋଟୋରେ ସେ ଲଣ୍ଡା ହେବା ସହିତ କ୍ଲିନ୍ ସେଭ୍ ହୋଇଥିବା ଦେଖିବାକୁ ମିଳୁଛି। ମାଆଙ୍କ ମୃତ୍ୟୁ ପରେ କ୍ରିୟାକର୍ମ ପାଇଁ ସେ ଲଣ୍ଡା ହୋଇଥିବା କିଛି ଲୋକେ କହୁଥିବା ବେଳେ ଫୋଟୋଟି ଫେକ୍ ବୋଲି କିଛି ଲୋକେ ମତ ଦେଇଛନ୍ତି।

Modi ji

ତେବେ, ଏଠାରେ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି ଫୋଟୋଟି ସମ୍ପୂର୍ଣ୍ଣ ଭାବରେ ଫେକ୍ ଅଟେ। ପ୍ରଧାନମନ୍ତ୍ରୀ ଲଣ୍ଡା ହୋଇନାହାଁନ୍ତି, ମୋଦିଜୀ ମାଆ ହୀରା ବେନଙ୍କ କ୍ରିୟାକର୍ମ କରିଥିଲେ ହେଁ ସେ ଯୁବ ଅବସ୍ଥାରୁ ସନ୍ୟାସ ଗ୍ରହଣ କରିଥିବା ହେତୁ ଲଣ୍ଡା ହୋଇନଥିବା ଜଣାପଡ଼ିଛି।

Real and Fake

ହିନ୍ଦୁ ଶାସ୍ତ୍ର ଅନୁଯାଇ ସନ୍ୟାସ ନେଇଥିବା ବ୍ୟକ୍ତି ମାନେ ପରିବାରର କାହାର ବି ମୃତ୍ୟୁ ହେଲେ ଲଣ୍ଡା ହେବାକୁ ବାରଣ କରାଯାଇଥାଏ। ସେହିପରି ରାଜ କାର୍ଯ୍ୟରେ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏଥିପାଇଁ ବାରଣ କରାଯାଇଛି। ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବାରୁ ତାଙ୍କର ମୁଣ୍ଡନ ନ କରିବାର ଏହା ମଧ୍ୟ ଏକ କାରଣ ହୋଇପାରେ। ମାଆଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ବେସ୍ ଦୁଃଖିତ ନଜର ଆସିଥିଲେ ହେଁ ସମସ୍ତ କ୍ରିୟାକର୍ମ ସରିବା ପରେ ସେ ତୁରନ୍ତ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ବେସ୍ ପ୍ରଶଂସା କରାଯାଇଥିଲା।