ଦୁନିଆର ସବୁଠାରୁ ଦାମୀ ନମ୍ବର ପ୍ଲେଟ! ଏହି ସଂଖ୍ୟାର ନମ୍ବରପ୍ଲେଟ ପାଇଁ ଉଡାଇଦେଲେ ୭୦ କୋଟି, ଜାଣନ୍ତୁ ପୂରା ଘଟଣା

 
Number plate

ସାଧାରଣତଃ ଲୋକେ ନୂଆ ଗାଡ଼ି କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କଥା ତ ଆପଣ ଶୁଣିଥିବେ କିନ୍ତୁ, କଣ କେବଳ ଗାଡିର ନମ୍ବର ପ୍ଲେଟ ପାଇଁ କେହି ୭୦ କୋଟି ଖର୍ଚ୍ଚ କରିପାରେ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଦୁବାଇ ଠାରେ ଜଣେ ବ୍ୟକ୍ତି ନିଜ ଗାଡ଼ି ପାଇଁ ଏକ ସ୍ୱତନ୍ତ୍ର ନମ୍ବର ପ୍ଲେଟ କିଣିଛନ୍ତି ଯେଉଁଥିପାଇଁ ତାଙ୍କୁ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

Car

ଦୁବାଇରେ ବିଳାଶପୂର୍ଣ୍ଣ ନମ୍ବର ପାଇଁ ଅନୁଷ୍ଠିତ ହୋଇଥିବା ନିଲାମୀ ପ୍ରକ୍ରିୟାରେ ଅନେକ ଲଗଜୁରିୟସ୍‌ ନମ୍ବର ପ୍ରଦର୍ଶିତ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାରେ ପ୍ରାୟ ୩୩୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେଥିମଧ୍ୟରୁ AA8 ନମ୍ବର ପ୍ରାୟ ୭୦ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ନମ୍ବର ପ୍ଲେଟ ପାଇଁ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରଖାଯାଇଥିଲା। ଜଣେ ବ୍ୟକ୍ତି ଏଥିପାଇଁ ୩୫ କୋଟିର ବୋଲି ଲଗାଇଥିବା ବେଳେ ଶେଷରେ ଏହାକୁ ୭୦ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

Number plate

ଏହା ବ୍ୟତୀତ ଡବଲ ଡିଜିଟ୍‌ କାର ନମ୍ବର ପ୍ଲେଟ୍‌ F55କୁ ୮.୨୩ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ସେହିଭଳି ଅନ୍ୟ ଏକ ନମ୍ବର V66 ଏବଂ Y66 ନମ୍ବର ପ୍ଲେଟ୍‌ ଯଥାକ୍ରମେ ୮ କୋଟି ଏବଂ ୭.୯୧ କୋଟି ଟଙ୍କାରେ ନିଲାମ ହୋଇଥିଲା। ୨୦୧୬ ମସିହାରେ ବଲବିନ୍ଦର ସାହନୀ ନାମକ ଜଣେ ଭାରତୀୟ ବ୍ୟବସାୟୀ D5 ନମ୍ବର ପ୍ଲେଟକୁ ୬୮ କୋଟି ଟଙ୍କାରେ କିଣି ଚର୍ଚ୍ଚାକୁ ଆସିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ନିଲାମୀରେ ଆଦାୟ ହୋଇଥିବା ସମସ୍ତ ଟଙ୍କା ୫୦ ରୁ ଅଧିକ ଦେଶରେ ଗରିବ ଲୋକଙ୍କୁ ଖାଇବାକୁ ଦେବାରେ ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି।