କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା, କହିଲେ- 'ମଦୁଆଙ୍କୁ ଝିଅ ଦିଅ ନାହିଁ'; ଜଣେ ମଦୁଆ ଅଫିସର ଅପେକ୍ଷା...

 
Death

ନିଜ ଝିଅକୁ କୌଣସି ମଦୁଆ ସହିତ ବାହା ଦିଅନ୍ତୁ ନାହିଁ, ଏଭଳି କିଛି କହି ଷ୍ଟେଜ୍ ଉପରେ କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର। ମଦର ବିରୋଧ କରିବା ସହିତ ସେ ସାଧାରଣ ଲୋକଙ୍କୁ ଏଭଳି ଏକ ଭାବବିହ୍ଵଳ ଅପିଲ୍ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମଦ ଯୋଗୁ ହିଁ କିଶୋର କୌଶଲଙ୍କର ଏକମାତ୍ର ପୁଅ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ।

Kishore kaushal

ଜଣେ ମଦୁଆ ଅଫିସର୍ ଠାରୁ ଜଣେ ଶ୍ରମିକ କିମ୍ବା ରିକ୍ସା ଚାଳକ ଜ୍ୱାଇଁ ବେସ୍ ଭଲ ବୋଲି କିଶୋର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ମଦୁଆର ଜୀବନ କାଳ ବହୁତ କମ ରହିଥାଏ। ଜଣେ ମନ୍ତ୍ରୀ ଏବଂ ବିଧାୟିକାଙ୍କ ପୁଅ ହୋଇଥିଲେ ହେଁ ପୁଅ ଆକାଶକୁ ବଞ୍ଚାଇ ପାରିନଥିବା ସେ କହିଛନ୍ତି।

Liquior

ସାଙ୍ଗମାନଙ୍କ ମେଳରେ ମଦ ପିଇବା ଆରମ୍ଭ କରିଥିବା ପୁଅକୁ ସେ ନିଶାନିବାରଣ କେନ୍ଦ୍ର ପଠାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ପୁଅ ମଦ ପିଉନଥିବା ସମସ୍ତେ ଭାବିଥିଲେ। କିନ୍ତୁ, ବିବାହ ପରେ ପରେ ହିଁ ସେହି ମଦ ତାଙ୍କ ଜୀବନ ନେଇଯାଇଥିଲା। ଆକାଶଙ୍କ ପୁଅକୁ ମାତ୍ର ୨ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ଅତି କମ୍ ବୟସରୁ ବିଧବା ହୋଇଯାଇଛନ୍ତି।