ଦେଖନ୍ତୁ ଭିଡ଼ିଓ: ଫିଲ୍ମ ଷ୍ଟାଇଲରେ ଚଳନ୍ତା ବାଇକ୍ ଟାଙ୍କି ଉପରେ ବସି ବୟଫ୍ରେଣ୍ଡକୁ କିସ୍ କରୁଥିଲେ ଯୁବତୀ, ପୋଲିସ୍ ଛଡାଇଦେଲା ମଜା
Tue, 3 Jan 2023

ଚଳନ୍ତା ବାଇକ୍ ଉପରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା। ଭିଡ଼ିଓ ଭାଇରାଲ ହେବାପରେ ଗିରଫ କରିନେଲା ପୋଲିସ। ଆନ୍ଦ୍ରପ୍ରଦେଶ ସ୍ଥିତ ବିଶାଖାପଟନମ୍ ଠାରେ ଏଭଳି ଏକ ଘଟଣା ଘଟି ଯାଇଥିବା ଜଣାପଡ଼ିଛି। TEAM_CBN ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଭିଡ଼ିଓଟିକୁ ସେୟାର କରାଯାଇଥିଲା।
ବିଶାଖାପଟନମର ଷ୍ଟିଲ୍ ପ୍ଲାଣ୍ଟ ରୋଡ଼ ଉପରେ ଜଣେ ଯୁବକ ଯୁବତୀ ବାଇକ ଯୋଗେ ଯାଉଥିଲେ। ତେବେ, ଯୁବତୀ ଜଣକ ଗାଡ଼ି ଟାଙ୍କି ଉପରେ ବସି ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି। ପଛରୁ କାର ଯୋଗେ ଆସୁଥିବା କିଛି ଯୁବକ ଏହି ଘଟଣାର ଭିଡ଼ିଓ ରେକର୍ଡ କରିଥିଲେ। ଦେଖନ୍ତୁ ଭିଡ଼ିଓ:-
ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଏହି ଘଟଣାରେ ଉଭୟଙ୍କୁ ଗିରଫ କରିଛି। ବେପାରୁଆ ଏବଂ ବିପଜ୍ଜନକ ଭାବରେ ଗାଡି ଚଳାଉଥିବାରୁ ପୋଲିସ ଧାରା ୩୩୬, ୨୭୯, ୧୩୨ ଏବଂ ୧୨୯ ଅନୁଯାଇ ଏକ ମାମଲା ରୁଜୁ କରିଛି। ଏଭଳି କାମ କରିଲେ ଏଇଆ ହିଁ ଫଳ ମିଳିବ ବୋଲି କିଛି ୟୁଜର୍ କମେଣ୍ଟ ଦେଇଛନ୍ତି।