ଦେଖନ୍ତୁ ଭିଡ଼ିଓ: ରାସ୍ତାରେ ସବୁ ସୀମା ଟପିଗଲେ ପ୍ରେମିଯୁଗଳ, ଚଳନ୍ତା ଗାଡିରେ ଓଲଟା ବସି ପ୍ରେମିକକୁ କିସ୍ ସହ ରୋମାନ୍ସ କଲେ ଯୁବତୀ
Jan 21, 2023, 21:17 IST

ନା ଡର ଅଛି ନା ଭୟ, ଲୋକ କଣ କହିବେ ଚିନ୍ତା ନାହିଁ କି ପରିବାର ଲୋକଙ୍କୁ ମଧ୍ୟ ଡର ନାହିଁ। ରାଜରାସ୍ତାରେ ଖୁଲମ ଖୁଲା ଚାଲିଥିଲା ରୋମାନ୍ସ, ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ନବାବ ମାନଙ୍କ ସହର ଲଖ୍ନୌରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।
ଉତ୍ତରପ୍ରଦେଶ ଲକ୍ଷ୍ନୌର ହଜରତ୍ଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଯୁବକ ସ୍କୁଟି ଚଳାଉଥିବା ବେଳେ ତାଙ୍କ ପ୍ରେମିକା ତାଙ୍କ ସାମ୍ନାରେ ବସିଥିଲେ। ଏପରିକି ବିଚ୍ ରାସ୍ତାରେ ଚଳନ୍ତା ଗାଡି ଉପରେ ହିଁ ସେମାନେ ରୋମାନ୍ସ କରିବା ସହିତ କିସ୍ କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି।
ସାକ୍ଷୀ ନାମକ ଜଣେ ୟୁଜର ଟ୍ୱିଟରରେ ପ୍ରଥମ ଥର ପାଇଁ ଏହି ଭିଡ଼ିଓଟିକୁ ସେୟାର କରିଥିଲେ ଯାହାପରେ ଏହା ଭାଇରାଲ ହେବାରେ ଲାଗିଛି। ତେବେ, ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ପ୍ରେମୀଯୁଗଳଙ୍କର ଏଭଳି କାର୍ଯ୍ୟକଳାପକୁ ଅନେକ ଲୋକେ ନିନ୍ଦା କରିଛନ୍ତି