ଫେବ୍ରୁଆରୀ ୧ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଆସିବ ଧୂମକେତୁ ରାତି ହୋଇଯିବ ଦିନ, ଜାଣନ୍ତୁ କେମିତି ଘଟିବ

 
Comet

ବିନା ସୂର୍ଯ୍ୟ କିରଣରେ ଦିନ ପରି ଆଲୋକିତ ହେବ ରାତି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଏକ ଧୂମକେତୁ ହେତୁ ଏଭଳି ଏକ ଘଟଣା ଘଟିବାକୁ ଯାଉଛି। ଏହି ବିରଳ ଧୂମକେତୁ ପୃଥିବୀ ଆଡକୁ ମୁହାଁଇଥିବା ବେଳେ ଅନେକ ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Comet

ଫେବୃଆରୀ ମାସରେ ଏହି ଧୂମକେତୁଟି ପୃଥିବୀର ନିକଟତର ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି ପ୍ରାୟ ୫୦ ହଜ଼ାର ବର୍ଷ ପରେ ଏଭଳି ଏକ ଧୂମକେତୁ ପୃଥିବୀର ଏତେ ନିକଟରୁ ଅତିକ୍ରମ କରିବାକୁ ଯାଉଛି। ପୂର୍ବାନୁମାନ ଅନୁଯାଇ ପ୍ରାୟତଃ ଫେବୃଆରୀ ୧ ତାରିଖରେ ହିଁ ଏହା ପୃଥିବୀକୁ ଅତିକ୍ରମ କରିବ।

Comet

ଗତବର୍ଷ ମାର୍ଚ୍ଚ ମାସରେ ଏହି ଧୂମକେତଟିକୁ ଚିହ୍ନଟ କରାଯାଇଥିବା ବେଳେ ଏହାର ନାମ “ସି ୨୦୨୨ ଇଥ୍ରି’ ଓ ଏହାର ସଂକ୍ଷିପ୍ତ ନାଁ ଜେଟିଏଫ୍ ରଖାଯାଇଛି। ଧୂମକେତୁର ଆକାର ଛୋଟ ହୋଇଥିବାରୁ ଏହା ପୃଥିବୀ ଉପରେ କ୍ଷତି ପହଞ୍ଚାଇବାର ଆଶଙ୍କା କମ ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏଥର ପୃଥିବୀର ନିକଟତର ହେବାପରେ ଧୂମକେତୁଟି ସୌରଜଗତ ବାହାରକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି।