ଅଦଭୁତ ଶିଶୁକନ୍ୟା ଜନ୍ମ, ପିଲା ଦେହର ୬୦ ଭାଗ ଜାଗାରେ ଦେଖିବାକୁ ମିଳିଛି କଳା ଲୋମ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Child

ଗଣମାଧ୍ୟମରେ ବିରଳ ଶିଶୁମାନେ ଜନ୍ମ ହେଉଥିବା ଭଳି ଘଟଣା ଆପଣ ନିଶ୍ଚିତ ଭାବରେ ଶୁଣିଥିବେ। କେଉଁଠି ଶିଶୁଟିଏ ଦୁଇଟି ମୁଣ୍ଡ ନେଇ ଜନ୍ମ ହେଉଥିବା ବେଳେ ଅନ୍ୟ କେଉଁଠି ଶରୀର ଲାଗିରହିଥିବା ଯୋଡ଼ା ଶିଶୁ ଜନ୍ମ ହେଉଛନ୍ତି। ଏହାରି ଭିତରେ ଆଉ ଏକ ବିରଳ ଶିଶୁ ଜନ୍ମ ହେବାର ଖବର ଶୁଣିବାକୁ ମିଳୁଛି। ଶିଶୁଟିର ଦେହ ସାରା କଳା ଲୋମ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି।

Child

ଉତ୍ତର ପ୍ରଦେଶ ହରଦୋଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ଜଣାପଡିଛି। ଏଠାକାର ହରଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁଟି ଜନ୍ମଗ୍ରହଣ କରିଥିବା ବେଳେ ନବଜାତଟିକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଏହି ଶିଶୁଟିର ଶରୀରର ପ୍ରାୟ ୬୦ ପ୍ରତିଶତ କଳା ଲୋମ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା।

Child with fur

ଏପରିକି ଶିଶୁଟିର ମୁଣ୍ଡ, ମୁହଁ, ପିଠି ଏପରିକି କାନ୍ଧ ମଧ୍ୟ ଏପରି ଲୋମ ଦ୍ୱାରା ଭର୍ତ୍ତି ହୋଇ ରହିଛି। ସୂଚନାପାଇ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି କାର୍ଯ୍ୟକ୍ରମର ଏକ ଟିମ ପହଞ୍ଚି ଶିଶୁଟିର ଯାଞ୍ଚ କରିଥିଲା। ତେବେ, ଶିଶୁଟିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଚିକିତ୍ସା ସହିତ ତାର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତ୍ତି ଆସିବ ବୋଲି ଡାକ୍ତରମାନେ ଜଣାଇଛନ୍ତି।