ଖୁସିଖବର, ମାଗଣା ରାସନ ପରେ ଏବେ ମାଗଣାରେ ଦେଖିବେ ଟିଭି, କେନ୍ଦ୍ର ସରକାର ଉଠାଇବେ ଖର୍ଚ୍ଚ, ଜାଣନ୍ତୁ ପୂରା ଖବର

ବିଭିନ୍ନ ଯୋଜନା ଗୁଡିକ ମାଧ୍ୟମରେ କେନ୍ଦ୍ର ସରକାର ଲୋକଙ୍କୁ ରାସନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ମାଗଣାରେ ପ୍ରଦାନ କରି ଆସୁଛନ୍ତି। ଏହାରି ଭିତରେ ସରକାର ମାଗଣା ଡ଼ିସ୍ ଟିଭି ସେବା ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ଅବସ୍ଥା ସୁଧାରିବା ସହିତ ପଛୁଆ ବର୍ଗର ଲୋକଙ୍କ ଘରକୁ ଏହି ସୁବିଧା ପ୍ରଦାନ କରାଯିବ।
ଏହି ଯୋଜନାରେ ପ୍ରାୟ ୭ ଲକ୍ଷ ଘର ଉପକୃତ ହେବାକୁ ଯାଉଛନ୍ତି। ଦେଶର ସୁଦୂର, ସୀମାବର୍ତ୍ତୀ ଏବଂ ଆଦିବାସୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଗଣା ଡିସର ସୁବିଧା ଦିଆଯିବ। ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡ଼ିଓର ନବୀକରଣ ଏବଂ ସମ୍ପ୍ରସାରଣରେ ପ୍ରାୟ ୨୫୩୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଏବେ ପ୍ରାୟ ୩୬ ଟି ଟିଭି ଚ୍ୟାନେଲ୍ ଦୂରଦର୍ଶନ ଅଧୀନରେ ରହିଥିବା ବେଳେ ଏଆଇଆର୍ ଅଧୀନରେ ପ୍ରାୟ ୫୦୦ ପ୍ରସାରଣ କେନ୍ଦ୍ର ରହିଅଛି। ଏହି ଯୋଜନାରେ ପୁରୁଣା ଷ୍ଟୁଡିଓ ଉପକରଣ ଏବଂ ଓବି ଭ୍ୟାନ୍ କୁ ସଂପୂର୍ଣ୍ଣ ରୂପେ ବଦଳାଇବା ସହିତ ନୂଆ ଏଫଏମ ଟ୍ରାନ୍ସମିଟର ସ୍ଥାପନ ଏବଂ ପୁରୁଣା ଟ୍ରାନ୍ସମିଟର ନବୀକରଣ କାର୍ଯ୍ୟ କରାଯିବ। ଏହି ଯୋଜନାରେ ଅନେକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ।