କୃଷକଙ୍କୁ ବଡ଼ ଉପହାର ଦେବେ ମୋଦୀ ସରକାର, ବାର୍ଷିକ ରାଶି ୬ ହଜାରରୁ ୮ ହଜାରକୁ ବୃଦ୍ଧି ପାଇବ, ଜାଣନ୍ତୁ ପୂରା ଖବର

 
Farmer

ଦେଶର କୃଷକମାନଙ୍କ ପାଇଁ ଖୁସିଖବର! ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଉପଭେକ୍ତାଙ୍କୁ ଅଧିକ ୨ ହଜ଼ାର ଟଙ୍କା ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଏହି ଯୋଜନାରେ କୃଷକମାନେ ବର୍ଷକୁ ୬ ହଜ଼ାର ଟଙ୍କା ପାଉଥିବା ବେଳେ ଏବେ ସେମାନେ ୮ ହଜ଼ାର ଟଙ୍କା ଲେଖାଏଁ ପାଇପାରିବେ।

Farmer

 ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ପୂର୍ବାପେକ୍ଷା ଶକ୍ତିଶାଳୀ କରିବା ପାଇଁ ସୁପାରିଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହିତ ରହିଥିବା ଜଣାପଡିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପୂର୍ଣ୍ଣ ବଜେଟରେ କୃଷକଙ୍କ ପିଏମ କିଷାନ ସମ୍ମାନ ନିଧି ରାଶି ୬ ହଜାରରୁ ୮ ହଜାରକୁ ବଢ଼ାଇ ପାରନ୍ତି।

Pmky

ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ୩ ଥର ମିଳୁଥିବା ବେଳେ ଆଗକୁ ସେମାନେ ୨ ହଜ଼ାର ଟଙ୍କା ଲେଖାଏଁ ୪ ଥର ପାଇପାରିବେ। ପ୍ରତ୍ୟେକ କୃଷକ ଏହି ଯୋଜନାରେ ଉପକୃତ ହେଉଥିବା ବେଳେ ବିଜେପି ନିଶ୍ଚିତ ଭାବରେ ଏହାର ସିଧାସଳଖ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିବ।