ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି! ପ୍ରମାଣ ନଥାଇ ସ୍ୱାମୀଙ୍କ ଚରିତ୍ର ହାନି କରିବା କ୍ରୁରତା ସହିତ ସମାନ, ଜାଣନ୍ତୁ ପୂରା ଖବର

 
Highcourt verdict

ପୁରୁଷ ମାନଙ୍କ ସପକ୍ଷରେ ଏକ ଐତିହାସିକ ଶୁଣାଣି ଦେଇଛନ୍ତି ବମ୍ବେ ହାଇକୋର୍ଟ। କୌଣସି ପ୍ରମାଣ ବିନା ଜଣେ ପୁରୁଷଙ୍କ ଉପରେ ନାରୀବାଦୀ ଏବଂ ମଦୁଆ ହୋଇଥିବାର ଅଭିଯୋଗ ଆଣିବା ଭିତ୍ତିହୀନ ଏବଂ କ୍ରୁରତା ଭାବରେ ଗଣାଯିବ ବୋଲି କୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାରିବାରିକ କୋର୍ଟର ଛାଡ଼ପତ୍ର ଆଦେଶ ପରେ ବମ୍ବେ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା।

Divorce

ମିଳିଥିବା ସୂଚନା ଅନୁଯାଇ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ମଦ୍ୟପ ଏବଂ ନାରୀବାଦୀ ହୋଇଥିବା ନେଇ ଅଭିଯୋଗ ଆଣିବା ସହିତ ଛାଡପତ୍ର ଆବେଦନ କରିଥିଲେ। ସ୍ଥାନୀୟ ପାରିବାରିକ ନ୍ୟାୟାଳୟ ତରଫରୁ ଏହାକୁ ମଞ୍ଜୁର କରାଯାଇଥିଲା। ତେବେ, ବ୍ୟକ୍ତି ଜଣକ ଏହାକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Bombay highcourt

ଶୁଣାଣି ମଧ୍ୟରେ ତାଙ୍କର ଦେହାନ୍ତ ହୋଇଯିବାରୁ ଉତ୍ତରଦାତା ଭାବରେ ତାଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ଯୋଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ, ପତ୍ନୀ ଜଣକ ମିଛ ଏବଂ ବିଭ୍ରାନ୍ତିକର ଅଭିଯୋଗ ଆଣି ତାଙ୍କ ସ୍ୱାମୀଙ୍କର ସମ୍ମାନ ହାନି କରିଥିବା ନ୍ୟାୟାଳୟ ପକ୍ଷରୁ କୁହାଯାଇଛି। ଠୋସ୍ କୌଣସି ପ୍ରକାର ପ୍ରମାଣ ନଥାଇ ସ୍ୱାମୀଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ଏକ ପ୍ରକାର କ୍ରୁରତା ବୋଲି ହାଇକୋର୍ଟ ଦର୍ଶାଇଛନ୍ତି।