ଏଣିକି ମଦ ପିଇ ଗାଡ଼ି ଚଲାଇବା ହେବନି ସମ୍ଭବ! ମଦୁଆଙ୍କ ପାଇଁ ଷ୍ଟାର୍ଟ ହେବନି ଗାଡ଼ି, ଜାଣନ୍ତୁ ପୂରା ଖବର

 
Drink and drive

ଗତ କିଛି ବର୍ଷ ହେବ ଉଭୟେ କେନ୍ଦ୍ର ଏବଂ ରାଜ୍ୟ ସରକାର ସଡ଼କ ସୁରକ୍ଷା ଏବଂ ସେଫ୍ ଡ୍ରାଇଭିଂ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବେପାରୁଆ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍ ରୁଲ୍ ମାନୁନଥିବା ବ୍ୟକ୍ତି ମାନଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି। ଖାସ୍ କରି ମଦ ପିଇ ଗାଡ଼ି ଚଳାଇଲେ ଏବେ ୧୦ ହଜ଼ାର ଟଙ୍କା ଜରିମାନା ଦେବା ସହିତ ୬ ମାସ ଜେଲ୍ ଦଣ୍ଡ ଭଳି ନିୟମ ରହିଛି।

Drink and drive

ଦେଶର ବିଭିନ୍ନ ରାଜ୍ୟରେ ନିଶାସକ୍ତ ହୋଇ ଗାଡ଼ି ଚଳାଇବା ପାଇଁ ଭିନ୍ନ ଭିନ୍ନ ଦଣ୍ଡ ରହିଛି। କେଉଁଠାରେ ଏଥିପାଇଁ ଡ୍ରାଇଭିଂ ଲାଇସେନ୍ସ କ୍ୟାନ୍ସଲ ହେଉଛି ତ କେଉଁଠାରେ ଜେଲ୍ ଯିବାକୁ ପଡୁଛି। କିନ୍ତୁ, ଅଷ୍ଟ୍ରେଲିଆରେ ଆପଣ ମଦ ପିଇ ଗାଡି ଷ୍ଟାର୍ଟ ମଧ୍ୟ କରିପାରିବେ ନାହିଁ। କଥାଟି ବିଶ୍ୱାସ ହେଉନଥିଲେ ହେଁ ସତ, କାରଣ ସେଠାକାର ଟେକ୍ନିସିଆନ୍ ମାନେ ଏଭଳି ଏକ ନୂଆ ଉଦ୍ଭାବନ କରିଛନ୍ତି।

Drink and drive

ଏହି ଟେକ୍ନୋଲୋଜିର ନାଁ ହେଉଛି “ଇଗ୍ନିଶନ ଇଣ୍ଟରଲକ୍‌ ସିଷ୍ଟମ”। ଏହା ଗାଡ଼ିରେ ଇଂଷ୍ଟଲ୍ ହେବାପରେ ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ଆପଣଙ୍କୁ ଗାଡ଼ିରେ ଲାଗିଥିବା ଏକ ବ୍ରେଥ୍‌ ଆନାଲାଇଜର ପାଇପ୍‌ରେ ଫୁଙ୍କିବାକୁ ପଡ଼ିବ। ତେଣୁ, ଆପଣ ନିର୍ଦ୍ଧିଷ୍ଟ ପରିମାଣ ଠାରୁ ଅଧିକ ଆଲକୋହୋଲ୍ ପିଇଥିଲେ ଗାଡି ଷ୍ଟାର୍ଟ ମଧ୍ୟ ହେବନାହିଁ। ଏହି ଟେକ୍ନୋଲୋଜି ଦ୍ୱାରା ଅନେକାଂଶରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ କେସ୍ ସଂଖ୍ୟା କମିଯିବାର ଯଥେଷ୍ଟ ସମ୍ଭାବନା ରହିଛି।