ବାବା ବେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ୨୦୨୩ରେ ପୃଥିବୀ ପାଇଁ ଆସିବ ମହାପ୍ରଳୟ, ଜାଣନ୍ତୁ କେମିତି ରହିବ ବର୍ଷ ୨୦୨୩

 
Baba benga

ନୂଆବର୍ଷ ୨୦୨୩ ଶୁଭ ସାବ୍ୟସ୍ତ ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ, ବିଖ୍ୟାତ ଭବିଷ୍ୟ ବକ୍ତା ବାବା ବେଙ୍ଗା ଠିକ୍ ଏହାର ବିପରୀତ ଭବିଷ୍ୟବାଣୀ କରିଛନ୍ତି। ୨୦୨୩ରେ ପୃଥିବୀ ଉପରେ ମହାପ୍ରଳୟ ଆସିବ ଏବଂ ଏଲିୟନ୍ ମାନେ ପୃଥିବୀ ଉପରକୁ ଆସିବେ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାବା ବେଙ୍ଗା ନିଜର ମୃତ୍ୟୁ ପୂର୍ବରୁ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି।

Baba benga

୧. ତାଙ୍କ ଭବିଷ୍ୟବାଣୀ ଅନୁଯାଇ ଚଳିତବର୍ଷ ତୃତୀୟ ବିଶ୍ୱଯୁଦ୍ଧ ହେବାର ସମ୍ଭାବନା ରହିଛି। ପ୍ରକୃତରେ ଏହା ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

୨. ଦ୍ୱିତୀୟ ଭୟାନକ ପୂର୍ବାନୁମାନ:- ପରମାଣୁ ବିସ୍ଫୋରଣ ହେବାର ସମ୍ଭାବନା। ବାସ୍ତବତା-ଋଷ ଅନେକ ଥର ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇସାରିଛି।

Nuclear war

୩. ତୃତୀୟ ଭୟାନକ ଭବିଷ୍ୟବାଣୀ:- ବିନାଶକାରୀ ସୌର ଝଡ। ବାସ୍ତବତା-ବୈଜ୍ଞାନିକମାନେ ଏହାକୁ ଗ୍ଲୋବାଲ ୱାର୍ମିଂ ସହିତ ଯୋଡିବାକୁ ଚେଷ୍ଟା କରୁଛନ୍ତି।

୪. ଚତୁର୍ଥ ଭୟାନକ ଭବିଷ୍ୟବାଣୀ:- ଜୈବିକ ଅସ୍ତ୍ର ସହିତ ଆକ୍ରମଣ। ବାସ୍ତବତା- ଋଷ, ଚୀନ୍ ଏବଂ ଆମେରିକା ପରି ଦେଶ ଜୈବିକ ଅସ୍ତ୍ର ପ୍ରସ୍ତୁତିରେ ନିୟୋଜିତ ରହିଛନ୍ତି।

୫. ପଞ୍ଚମ ଭୟାନକ ଭବିଷ୍ୟବାଣୀ:- ନ୍ୟୁକ୍ଲିଅର୍ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ। ବାସ୍ତବତା- ୟୁକ୍ରେନର ଜାପୋରିଜିଆ ପାୱାର ପ୍ଲାଣ୍ଟ ଯେକୌଣସି ସମୟରେ ବିସ୍ଫୋରଣ ହେବାର ସମ୍ଭାବନା ରହିଛି।

Nuclear plant explosion

୬. ଷଷ୍ଠ ଭୟଭୀତ ଭବିଷ୍ୟବାଣୀ:- ଚାରିଆଡ଼ ହେବ ଅନ୍ଧକାରମୟ। ବାସ୍ତବତା- ଋଷର ଆକ୍ରମଣ ପରେ ୟୁକ୍ରେନରେ ହୋଇଛି ବିଦ୍ୟୁତ ବିଭ୍ରାଟ।

୭. ସପ୍ତମ ଭୟାନକ ଭବିଷ୍ୟବାଣୀ:- ଅସ୍ତିତ୍ୱ ହରାଇବ ପୃଥିବୀ। ବାସ୍ତବତା-ଯଦି ପରମାଣୁ ବିସ୍ଫୋରଣ କିମ୍ବା ବିଶ୍ୱଯୁଦ୍ଧ ହୁଏ ତେବେ ଏହା ସମ୍ଭବ ଅଟେ।

୮. ଅଷ୍ଟମ ଭୟଙ୍କର ଭବିଷ୍ୟବାଣୀ:- ଆସିବ ଭୟଙ୍କର ମହାମାରୀ। ବାସ୍ତବତା- କରୋନାର ନୂତନ ଭ୍ୟାରିଆଣ୍ଟ ଚାଇନାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଛି।

Pandemic

୯. ନବମ ଭୟାନକ ଭବିଷ୍ୟବାଣୀ:-ଅନ୍ୟ ଗ୍ରହର ଆକ୍ରମଣ। ବାସ୍ତବତା- ବିଶ୍ଳେଷକମାନେ ଏହା ଏଲିୟନ ଆକ୍ରମଣ ସହିତ ଯୋଡି ଦେଖୁଛନ୍ତି।