ଦେଖନ୍ତୁ ଭିଡ଼ିଓ: ଘରକୁ ଫେରି ବାପାଙ୍କ ସେବା ଯତ୍ନ କରିଲେ ଅନୁଭବ, ଭିଡ଼ିଓ ହେଲା ଭାଇରାଲ

 
Anubhav

ଓଲିଉଡ ଷ୍ଟାର ଅଭିନେତା ଅନୁଭବ ମହାନ୍ତି, ନିଜ ଫ୍ୟାନ୍ସ ମାନଙ୍କ ମଧ୍ୟରେ ସେ ଯେତିକି ଫେମସ୍ ପରିବାର କଳହ ହେତୁ ସେତିକି ବିବାଦରେ ମଧ୍ୟ ରହି ଆସିଛନ୍ତି। ତେବେ, ଅନୁଭବଙ୍କର ଆଉ ଏକ ଭିଡ଼ିଓ ବର୍ତ୍ତମାନ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଅନୁଭବ ନିଜ ବାପାଙ୍କର ସେବା ଯତ୍ନ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି।

Anubhav

ରିଲ୍ ଦୁନିଆରେ ନିଜର ନିଖୁଣ ଅଭିନୟ ଏବଂ ରିଅଲ୍ ଲାଇଫରେ ବେବାକ୍ ଅନ୍ଦାଜ୍ ପାଇଁ ଅନୁଭବ ବେସ୍ ପରିଚିତ ଅଟନ୍ତି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଅନୁଭବ ନିଜ ଘରକୁ ଫେରି ଆସିଥିବା ଦେଖିବାକୁ ମିଳିଛି। ଅନୁଭବଙ୍କ ବାପାଙ୍କ ଦେହ ଖରାପ ରହୁଥିବାରୁ ସେ ତାଙ୍କ ସେବା ଯତ୍ନ କରୁଛନ୍ତି।ଅନୁଭବ ନିଜ ବାପାଙ୍କୁ ସାହାରା ଦେଇ ଚେୟାରରେ ବସାଇଥିଲେ, ଏହାପରେ ସେ ତାଙ୍କର ହାତ ଗୋଡ଼ ଚିପି ଦେବା ସହିତ ମୁଣ୍ଡକୁ ମସାଜ୍ କରିଦେଇଥିଲେ। ଦେହ ଖରାପ ଥିବାରୁ ଅନୁଭବ ତାଙ୍କୁ ବ୍ଲଡ଼ ପ୍ରେସର ଚେକ୍ କରିବାକୁ ପରାମର୍ଶ ଦେଇଥିଲେ ଏଥିସହିତ ସେ ଦୀପଜାଳି ବାପାଙ୍କ ଶୁଭ ମନାସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।