ଦେଖନ୍ତୁ ଭିଡ଼ିଓ: ବାଇକ୍ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା! କାର ସହ ମୁହାଁମୁହିଁ ଧକ୍କା ହେବାର ଭିଡ଼ିଓ ଭାଇରାଲ….

 
Accident

ବାଇକ୍ ଗୁଡିକୁ ଦ୍ରୁତ ଗତିରେ ଚଳାଇବା ଏବଂ ଏହା ଉପରେ ବସି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ଏକପ୍ରକାରର ଟ୍ରେଣ୍ଡ ପାଲଟି ଯାଇଛି। ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଥାଏ। ତେବେ, ଷ୍ଟଣ୍ଟ କରିବା ସମୟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ମଧ୍ୟ କିଛି ନୂଆ କଥା ନୁହେଁ। ଏଭଳି ଦୁର୍ଘଟଣାରେ ଅନେକ ବାଇକ୍ ଚାଳକ ନିଜର ଜୀବନ ହରାଇଥାନ୍ତି।

Accident

ତେବେ, ସୋସିଆଲ ମିଡିଆରେ ଏହିଭଳି ଆଉ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଏକ ସ୍ପୋର୍ଟସ୍ ବାଇକ୍ ଧରି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସେ ନିଜ ଗାଡିର ଆଗ ଚକା ଉପରକୁ ଉଠାଇ ଷ୍ଟଣ୍ଟ କରୁଥିବା ବେଳେ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଏକ କାର ସହିତ ଧକ୍କା ହୋଇଥିଲେ। ଦେଖନ୍ତୁ ଭିଡ଼ିଓ:-

ଏହି ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଜି ଯାଇଥିବା ସ୍ପଷ୍ଟ ଭାବରେ ଦେଖାଯାଉଥିବା ବେଳେ ଚାଳକଙ୍କ ଅବସ୍ଥା ନେଇ କୌଣସି ସୂଚନା ମିଳିପାରିନାହିଁ। ଭିଡ଼ିଓଟିକୁ 7ncivites ନାମକ ଏକ ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ଭିଡ଼ିଓଟିକୁ ଦେଖିବା ପରେ ବେପରୁଆ ଗାଡି ଚଳାଉଥିବା ହେତୁ ଲୋକେ ବାଇକ୍ ଚାଳକକୁ ସମାଲୋଚନା କରିଛନ୍ତି।